oom

ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

jsmm

ଅମ୍ଭାଭୋନା : ଆଜି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଜିଲ୍ଲା କଂଗ୍ରେସର ପ୍ରତିନିଧିମାନେ ବନ୍ୟା ପ୍ରଭାବିତ ଅମ୍ଭାଭୋନା ବ୍ଲକର ବିଭିନ୍ନ ଗ୍ରାମ ପରଦର୍ଶନ କରିଥିଲେ । ବରଗଡ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ବ୍ଲକର ବିଭିନ୍ନ ଅଞ୍ଚଳ ଗତ ଲଗାଣ ବର୍ଷା ସାଂଗକୁ ମହାନଦୀର ପଛୁଆ ପାଣିରେ ଗ୍ରାମଗୁଡିକ ବୁଡି ରହିଥିଲା । ସପ୍ତାହବ୍ୟାପୀ ଚାଷ ଜମି ମଧ୍ୟ ବୁଡି ରହିଥିଲା, ଫଳରେ ସମସ୍ତ ଚାଷ ଉଜୁଡି ଯାଇଛି । ବନ୍ୟାର ପରବର୍ତ୍ତୀ ଏହି ଗ୍ରାମର ସମସ୍ୟା ଅତି ଶୋଚନୀୟ ହୋଇପଡିଛି । ଆଜି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ପର୍ଯ୍ୟବେକ୍ଷକ ଦୁର୍ଗା ପାଢ଼ୀ, ଭଟଲି ବିଧାନ ସଭା ନିର୍ବାଚନ ମଣ୍ଡଳୀର ଗତ ବିଧାୟକ ପ୍ରାର୍ଥୀ ସରୋଜ କୁମାର ମହାପାତ୍ର, ଯୁଗଳ ପ୍ରସାଦ ସିଂହ, ନୀପନ କୁମାର ଦାଶ, ବ୍ରହ୍ମା ମହାକୁଡ଼, ପାଣ୍ଡବ କର୍ଣ୍ଣ, ପ୍ରତାପ ଚନ୍ଦ୍ର ନାୟକ, ଧ୍ରୁବରାଜ ରାଉତ, ଜେହେରୁ ଲାଲ୍ ପ୍ରଧାନ, ନିରଞ୍ଜନ ପଟେଲ, କେଦାର ପଟେଲ, କୃଷ୍ଣ ପ୍ରଧାନ ପ୍ରମୁଖ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହିତ ଗ୍ରାମର ଲୋକଙ୍କ ସହିତ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ପରିଦର୍ଶନ କରିଥିଲେ । ପରେ ଶ୍ରୀ ପାଢୀ ବିଭିନ୍ନ ସମସ୍ୟା ଓ କ୍ଷୟକ୍ଷତି ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହିତ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସାହାଯ୍ୟ ପ୍ରଦାନ କରିବାକୁ ଦାବୀ କରିଥିଲେ । ଏ ସମ୍ପର୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର, ରାଜ୍ୟପାଳଙ୍କୁ ଜଣାଇବା ସହିତ ଆସନ୍ତା ୨୫ ତାରିଖ ଅମ୍ଭାଭୋନା ତହସିଲଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଥିଲେ । ବିଜେଡି ସରକାରଙ୍କ ୨୨ ବର୍ଷ ଶାସନରେ ମଧ୍ୟ ଏହି ଅଞ୍ଚଳର ଗ୍ରାମଗୁଡିକ ପାଣିରେ ବୁଡି ରହୁଛି ଏହା ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା ସଭାପତି ନିହାର ମହାନନ୍ଦ ଦୃଢ ନିନ୍ଦା କରିଛନ୍ତି । ତୁରନ୍ତ ପଦକ୍ଷେପ ସ୍ୱରୂପ ସରକାରୀ ସ୍ତରରେ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ୍ ସାହାଯ୍ୟ ପ୍ରଦାନ କରିବା ପାଇଁ ସେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.