oom

ଜିଲ୍ଲା ଲେଖିକା ପରିଷଦର ସ୍ୱନକ୍ଷତ୍ର ଦିବସ ଓ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟଠାରେ ପରିଷଦର ଦ୍ୱିତୀୟ ସ୍ଵନକ୍ଷତ୍ର ଦିବସ ଓ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସଭାନେତ୍ରୀ କବିତା ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । କଳାପାଣି ମହାବିଦ୍ୟାଳୟର ଅଧ୍ୟାପିକା ସୁଷମା ଦାଶ ସମ୍ମାନିତ ବକ୍ତା ଓ ପୂର୍ବତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ କଳ୍ପନା ନାଏକ, ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ମା’ ବାଗ୍ ଦେବୀ ଓ ସ୍ଵଭାବ କବି ଗଙ୍ଗାଧରଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ତଥା ଶ୍ରଦ୍ଧା ସୁମନ ଅର୍ପଣ ପରେ ପରିଷଦର ବରିଷ୍ଠ ସଭ୍ୟା ସୁରେଶ୍ଵରୀ ପଣ୍ଡା ବେଦ ପଠନ କରିଥିଲେ । ଏହାପରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ସଙ୍ଗୀତ ନିର୍ଦ୍ଦେଶକ ଅମରେଶ ବାରିକଙ୍କ ସଙ୍ଗୀତ ପରିଚାଳନାରେ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରିଷଦର ବରିଷ୍ଠ ସଭ୍ୟା ବାସନ୍ତୀ ଗୁରୁ ଅତିଥିମାନଙ୍କୁ ସ୍ଵାଗତ କରିଥିବା ବେଳେ କୋଷାଧ୍ୟକ୍ଷା କୁମୁଦିନୀ ପାଣିଗ୍ରାହୀ ପରିଚୟ ପ୍ରଦାନ କରିଥିଲେ । ପରିଷଦର ଉପସଭାନେତ୍ରୀ ଅନୁସୂୟା ଦେବତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ପାଦିକା ଶ୍ରୀମତୀ ତପସ୍ଵିନୀ ମହାପାତ୍ର ସଂପାଦକୀୟ ବିବରଣୀ ପାଠ ପୂର୍ବକ ଜିଲ୍ଲା ଲେଖିକା ପରିଷଦ ଅଞ୍ଚଳର କୋଣ ଅନୁକୋଣରେ ଥିବା ସୁପ୍ତ ସାହିତ୍ୟ ସାଧିକାମାନଙ୍କୁ ତାଙ୍କର ସୁପ୍ତ ସାହିତ୍ୟ ଚେତନାକୁ ଜାଗ୍ରତ କରି ପରିଷଦରେ ସାମିଲ ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଇଥିଲେ । ପରିଷଦର ନିରୁ ଶତପଥୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଗଙ୍ଗାଧରଙ୍କ ସାହିତ୍ୟରେ ନାରୀ ଚରିତ୍ର ଉପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ କିଶୋର ସାହୁ ଓ ଅଭୟ ପ୍ରଧାନ ପରିଷଦର ବରିଷ୍ଠ ଉପଦେଷ୍ଟା ଭାବରେ ବୀଣାପାଣି ଆଚାର୍ଯ୍ୟ ଓ ରୁକ୍ମଣୀ ମେହେରଙ୍କୁ ଉପଢୌକନ ସହ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଅତାବିରା ନଟରାଜ କଳା ପରିଷଦର କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ତଥା ରଣାପ୍ରତାପ ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ତଥା ଆଖପାଖ ବିଦ୍ୟାଳୟର ପ୍ରାୟ ୪୦ ଜଣ ଛାତ୍ରୀ ନୃତ୍ୟ, ସଙ୍ଗୀତ ଓ କବିତା ଆବୃତ୍ତି କରିଥିଲେ । ପ୍ରତିଯୋଗୀମାନଙ୍କୁ ପ୍ରଶଂସା ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ ସୁଜାତା ଆଚାର୍ଯ୍ୟଙ୍କ ବିଭିନ୍ନ ହସ୍ତକଳା ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ଲେଖିକା ପରିଷଦର ସଭ୍ୟା ନୁରାବତି ସାହୁ, ଚନ୍ଦ୍ରକାନ୍ତି ମେହେର, ସାଗରିକା ପାଣିଗ୍ରାହୀ, ମିନତୀ ଦାଶ, ସୁଶୀଳା ବାରିକ୍, ରେଣୁକା ଦାଶ, ହୈମବତୀ ମିଶ୍ର, ମିନା ପଣ୍ଡା, ସୁନିତା ମିଶ୍ର, ପାୟଲ ମଲ୍ଲିକ, ଜନନୀ ମିତ୍ର, ନିର୍ଲିପ୍ତା ମେହେର, ସୁଦୀପ୍ତା ମେହେର, ନିକି ଜାଲ ଓ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ମେଘନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.