ଗୁଣି ଗାରେଡ଼ି ଅନ୍ଧ ବିଶ୍ୱାସ : କଣ୍ଟାମାଳ ବ୍ଲକରେ କରୋନା କଟକଣାକୁ ଅଣଦେଖା

ବୌଦ୍ଧ, (କେପିଏନଏସ) : ଆଜିର ବିଜ୍ଞାନ ଯୁଗରେ ଏବେ ବି ରହିଛି ଅନ୍ଧ ବିଶ୍ୱାସ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ଗୁଣିଆ ଉପରେ ଭରସା କରୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୋୖଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଶ୍ରୀମାଲ ଗ୍ରାମ ନିକଟରେ ଥିବା ଉରଧର ପୀଠରେ । ଏଠାରେ ପୂଜା ନାଁରେ କୋଭିଡ କଟକଣାକୁ ଭୁଲି ଶହ ଶହ ଲୋକ ଏକାଠି ହୋଇଥିଲେ । କଣ୍ଟାମାଳ ବ୍ଲକ୍ ଉମା ପଞ୍ଚାୟତ ପୋଖରୀରେ ଶହ ଶହ ଲୋକ ଏକାଠି ମାଛ ମାରିବା ଘଟଣାର ଚର୍ଚ୍ଚା ସରି ନଥିବା ବେଳେ ଆଜି କୋଭିଡ୍ ନିୟମ ଉଲଙ୍ଘନର ଆଉ ଏକ ଅଧ୍ୟାୟ ଦେଖିବାକୁ ମିଳିଛି । କଣ୍ଟାମାଳ ବ୍ଲକ୍ ଶ୍ରୀମାଲ୍ ଗ୍ରାମ ନିକଟରେ ଥିବା ଉରଧର ପୀଠରେ ଆଜି ପୁଜା ପାଠ ଚାଲିଥିବା ବେଳେ କୋଭିଡ୍ ନିୟମର ଖୋଲାଖୋଲି ଉଲଙ୍ଘନ କରି ଶହ ଶହ ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ସମସ୍ତେ ମାସ୍କ ପିନ୍ଧି ନଥିଲେ କିମ୍ବା ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ହୋଇ ନଥିଲା । ମିଳିଥିବା ସୁଚନା ଅନୁଯାୟୀ ରେକଡୋଲ୍ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ପରିବାର ପ୍ରତି ଗ୍ରାମର କିଛି ଗୁଣିଆ ବିଘ୍ନ କରାଉଥିବା ସନ୍ଦେହ କରି ଆଜି ପୁଜା କରାଉଥିଲେ । ପୁଜା ପରେ ସନ୍ଦେହ କରା ଯାଇଥିବା ବ୍ୟକ୍ତି ମାନଙ୍କୁ ପାଣିରେ ବୁଡିବାକୁ କୁହାଯାଏ । ସେମାନେ କେତେ ସମୟ ପାଣି ଭିତରେ ବୁଡି ରହି ପାରୁଛନ୍ତି, ତାକୁ ଦେଖି କିଏ ଦୋଷ କରିଛି ତାହା ନିର୍ଦ୍ଧାରଣ କରାଯାଏ । ଏ ପରମ୍ପରା ପ୍ରତି ସ୍ଥାନୀୟ ଲୋକଙ୍କ ଗଭୀର ବିଶ୍ବାସ ରହିଛି । ଶହ ଶହ ଲୋକଙ୍କ ସମାଗମ ସମ୍ପର୍କରେ ପୁର୍ବରୁ ପୋଲିସ୍ କିମ୍ବା ପ୍ରଶାସନ କୌଣସି ସୂଚନା ନ ପାଇବା ଆଶ୍ଚର୍ୟ୍ୟର କଥା । ଉମା ପୋଖରୀ ମାଛ ମରା ଘଟଣା ପରି ଆଜିର ଜନ ସମାଗମ ସମ୍ପର୍କରେ କିଛି ଫରକ୍ ପଡିବ ନାହିଁ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ କଣ୍ଟାମାଳ ବ୍ଲକରେ ଆଇନର ଶାସନ ଚାଲିଛି ନା ଆଉ କାହାର ଶାସନ ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପ୍ରତ୍ୟେକ ଶନିବାର ଓ ରବିବାର ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ ଡାଉନ୍ ଜିଲ୍ଲାପାଳ ଲାଗୁ କରିଛନ୍ତି । ଜୁଲାଇ ୨ ତାରିଖ ପର୍ୟ୍ୟନ୍ତ କୌଣସି ପ୍ରକାର ଆଧ୍ୟାତ୍ମିକ ଓ ଧାର୍ମିକ କାର୍ୟ୍ୟ ଉପରେ ରୋକ ଲାଗିଛି କ୍ଷ ଜିଲ୍ଲାପାଳଙ୍କ ଦ୍ବାରା ସ୍ଥାନୀୟ ତହସିଲଦାର, ବିଡିଓ ଏବଂ ପୋଲିସ୍ କୋଭିଡ୍ ନିୟମ ପାଳନ ହେଉଛି ନା ନାହିଁ, ତାକୁ ଦେଖିବାକୁ ଅଧିକୃତ ହୋଇଛନ୍ତି । ଏସବୁ ସତ୍ବେ ଏତେ ବଡ଼ ବଡ଼ ଘଟଣା ବାରମ୍ବାର ଘଟି ଚାଲିଛି । ପ୍ରଶାସନିକ ସ୍ଥାଣୁତା ଦାୟୀ ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ହେଉଛି । ଲୋକେ ଭୁଲ୍ କରିବେ, ସେମାନେ କିଛି ପାରମ୍ପରିକ ରୀତିନୀତିକୁ ଛାଡି ପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ପୋଲିସ ପରିଶେଷରେ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକେ ଦଉଡ଼ା ଦଉଡି କରି ଯିଏ ଯୁଆଡେ ଚାଲି ଯାଇଥିଲେ । ସେହିପରି ଖୁଣ୍ଟିଗୋରା ପଞ୍ଚାୟତର ସଦର ଛକରେ ମଧ୍ୟ ନିୟମିତ ଭାବେ ରବିବାର ଦିନ ସାପ୍ତାହିକ ବଜାର ବସୁଛି । ଖବର ପ୍ରସାରଣ କଲେ କଣ୍ଟାମାଳ ବିଡିଓ ଲୋକଙ୍କୁ ତାଗିତ କରିବା ତ ଦୂରର କଥା, ସଚେତନ ମଧ୍ୟ କରୁନଥିବା ବେଳେ ଓଲଟା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଥିବା କୁହାଯାଉଛି । ଫଳରେ ଲୋକେ କରୋନା କଟକଣାକୁ ଭୃକ୍ଷେପ କରୁ ନଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସମାଜସେବୀ ମୁକେଶ ପାଢୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

twelve − 11 =