ଓଡିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ୍‌ର ଜରୁରୀ ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡ଼ିଆ) : ଆଜି ଓଡିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ୍‌ର ସୀମିତ ସଭ୍ୟ ମାନଙ୍କୁ ନେଇ କୋଭିଡ୍ ଗାଇଡଲାଇନ୍ ଅନୁସାରେ ହାଟ ଡେଲାଙ୍ଗ ସ୍ଥିତ ହିରୋହୋଣ୍ଡ ସୋ-ରୁମ୍ ଉପର ମହଲାରେ କେବଳ ପିପିଲି-ଡେଲାଙ୍ଗର କୁକୁଡା ଚାଷୀ ଭାଇ ମାନଙ୍କୁ ନେଇ ଫନି କ୍ଷତିପୂରଣ ସମ୍ବନ୍ଧୀୟ ରାଜ୍ୟ ଉପଦେଷ୍ଟା ଅଶୋକ ପ୍ରଧାନଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କୁକୁଡା ଚାଷୀଙ୍କ ପୁନରୁଦ୍ଧାର ପାଇଁ ରାଜ୍ୟ କୃଷି ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଆଜି ରାଜ୍ୟରେ କୁକୁଡା ଶିଳ୍ପ ବଂଚି ରହିଛି କହି ମନ୍ତ୍ରୀଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଇଛି । ଏଥିରେ ପ୍ରଥମେ ରାଜ୍ୟ ସରକାରଙ୍କ କୃଷି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ପ୍ରଥମ ଦଫାରେ ତେର ଜଣ ଫନି କ୍ଷତିଗ୍ରସ୍ତ କୁକୁଡା ଚାଷୀ ଫନି ସହାୟତା ଯୋଗାଇବାରେ ପ୍ରମୁଖ ଭୂମିକା ଓ ତତ୍ପରତା ନେଇ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଅନ୍ୟ ଅଅଂଚଳରୁ କ୍ଷତିଗ୍ରସ୍ତ କୁକୁଡା ଚାଷୀ ମାନେ କିପରି ସେମାନଙ୍କର କ୍ଷତିପୂରଣ ଶୀଘ୍ର ପାଇବେ ସେ ନେଇ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇବାକୁ ଏକ ପ୍ରତିନିଧି ଦଳ ଯିବାପାଇଁ ସ୍ଥିର କରାଯାଇଛି । ଅନ୍ୟ ପକ୍ଷରେ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ ସେବା ଯୋଗାଉଥିବା ଟାଟା ପାଓ୍‌ୱାରର ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଟ୍ରିପଲ୍-ଏ ଆଧାରରେ ନିଜ ନିଜର ବିଦ୍ୟୁତ ସଂଯୋଗକୁ ଠିକ୍ କରାଇ ନେବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି । କୁକୁଡା ଚାଷୀଙ୍କ ପୁନରୁଦ୍ଧାର ପାଇଁ ଏହି ସଂଗଠନକୁ ଆଗାମୀ ଦିନରେ ଆହୁରି କ୍ରିୟାଶୀଳ କରାଯିବ ବୋଲି ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡା ପ୍ରକାଶ କରିଛନ୍ତି । ଏହି ସଂଗଠନକୁ ଖୁବ୍ ଶୀଘ୍ର ନବୀକରଣ କରାଯିବ ବୋଲି ସଂପାଦକ ଶ୍ରୀ ପରିଡା ଏହି ବୈଠକରେ କହିଛନ୍ତି । ରାଜ୍ୟ ଉପ-ସଭାପତି ଜନ୍ମଜୟ ମହାନ୍ତି, ଡେଲାଙ୍ଗ ସଖା ସଭାପତି ଗୋପାଳ ସ୍ବାଇଁ, ସଂପାଦକ ପ୍ରଶାନ୍ତ ପ୍ରଧାନ, ପୁନମ୍ ଜେନା, ସୁନିଲ୍ ପରିଡା,ଅମିୟ ପରିଡା, ମିନକେତନ ମଙ୍ଗରାଜ,ବରାଦ ପ୍ରସନ୍ନ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

four × three =