କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ସରକାରଙ୍କ ଅଣଦେଖା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି, କିନ୍ତୁ ସେଥି ମଧ୍ୟରୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନଙ୍କୁ ଦିଆ ଯାଉଥିବା ଯୋଜନା ଗୁଡିକ ଆହୁରି ଉଚ୍ଚକୋଟୀର କରିବା ପରିବର୍ତ୍ତେ ଯୋଜନା ଗୁଡିକ ବନ୍ଦ କରିବାରେ ଳାଗି ପଡିଛନ୍ତି । ସୂଚନା ଏହି ଯେ, କିଛି ବର୍ଷ ହେବ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନଙ୍କ ପିଳାଛୁଆ ପାଠ ପଢ଼ା ପାଇଁ, ପୁଅଝିଅର ବିବାହ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାର ଯୋଜନା କରିଥିବା ବେଳେ ମାତ୍ର କିଛି ବର୍ଷ ତାହା କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ଚଳିତ ବର୍ଷ ତାହା ବନ୍ଦ କରି ଦିଆ ଯାଇଥିବାରୁ ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନଙ୍କ ମନରେ ଆଘାତ ଦେଇଛି । ଏ ବର୍ଷ କରୋନା ମହାମାରୀ ରୂପ ନେଉଥିବା ବେଳେ ସରକାର ପୁଣି ଥରେ ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅଞ୍ଚଳରେ ଦାବୀ ହେଉଛି । ଉକ୍ତ ଯୋଜନା ଜରିଆରେ ବହୁ ଗରିବ ଲୋକ ନିଜର ପୁଅଝିଅ ଙ୍କୁ ପାଠ ପଢାଇ ପାରୁଥିଲେ ଏବଂ ଝିଅ ବାହାଘରରେ ମଧ୍ୟ ସାହାଯ୍ୟ ମିଳି ଥିବାରୁ କିଛି ସହାୟତା ହୋଇପାରୁ ଥିବା ବେଳେ ଚଳିତ ବର୍ଷ ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନେ ସରକାରଙ୍କ ନିଷ୍ପତ୍ତିକୁ ଚାହିଁ ବସିଛନ୍ତି । ଏହି ପରି ଦୁର୍ଦ୍ଦିନ ପରିସ୍ଥିତିରେ ସରକାର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନଙ୍କ ଦୁଃଖ ବୁଝି ପୁଣି ଥରେ ଯୋଜନା କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.