csstore

ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କୃତଜ୍ଞତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ କରି ପଠାଇଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ତରଫରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ତରଫରୁ ମାରୱାଡି ଭବନ ରାଧାରଣୀପଡା (ପାଟଣେଶ୍ୱରୀ ମନ୍ଦିର)ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝି, ବଲାଙ୍ଗିର ବ୍ଲକ ନିମାଇଁ ଝାଙ୍କର, ଆଗଲପୁର ବ୍ଲକ ସଭାପତି ବଳଦେବ ଭୋଇ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତ ଧରୁଆ, ନିରଞ୍ଜନ ମାଝି, ନଗର ସଭାପତି ହରିବନ୍ଧୁ ଧରୁଆ, ସଇଁନ୍ତଲା ବ୍ଲକ ସନ୍ତୋଷ ପୁଟା, ଲୋଇସିଂହା ହରିବନ୍ଧୁ ଧରୁଆ, ଲୋଇସିଂହା ନାରାୟଣ ବର୍ଗେ, ଶଙ୍କର ସାହାଣୀ, ବାଙ୍କନିଧି ଭୋଇ, ଗଣନାଥ ଧରୁଆ, ହୋଲିଶ୍ୱର ଧରୁଆ, ଅନାଦୀ ମରପାଚି, ପୁଇଁନ୍ତଲା ବ୍ଲକ ରାଜେନ୍ଦ୍ର ମାଝି, କାହ୍ନୁ ଜାନୀ, ମାଧବ ବରିହା, ସୁରେଶ ବରିହା, ସୁଦାମ ଧରୁଆ, ମୁରଲି ମଲ୍ଲିକ, ନିରଞ୍ଜନ ଧରୁଆ, ଦ୍ୱାରୁ ମଲ୍ଲିକ, ମୋହନ ନାଏକ, ଲଳିତ ମାଝି, ସତ୍ୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.