csstore

୨୦ ତାରିଖ ତାଲାବନ୍ଦକୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟର ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ସଭାପତିତ୍ୱରେ ପ୍ରସାଶନ, ଗାଇସିଲେଟ ନାଗରିକ କମିଟି, ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ଏବଂ ବଣିକ ସଂଘ ଗାଇସିଲେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ୨୦୨୧ ଫସଲବୀମାକୁ ନେଇ ବାରମ୍ବାର ଆନ୍ଦୋଳନ, ତାଲାବନ୍ଦ ସତ୍ୱେ ଆଜି ପର୍ଯ୍ୟନ୍ତ ଗତ ଫସଲବୀମାର କ୍ଷତି ପୁରଣ ମିଳିନଥିବା ଓ ଆଜି ପର୍ଯ୍ୟନ୍ତ ମରୁଡି ଘୋଷଣା ହୋଇ ନଥିବା ଦାବୀରେ ଆସନ୍ତା ୨୦ ତାରିଖ ଦିନ ଗାଇସିଲେଟ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ତାଲାବନ୍ଦ କରିବାକୁ ଘୋଷଣା କରିଥିଲା କିନ୍ତୁ ଚାଷୀ ମାନଙ୍କର ଭେରିଫିକେସନ ପ୍ରକ୍ରିୟା ଅଧୁରା ରହି ଯାଇଥିବାରୁ ଏବଂ ଆସନ୍ତାକାଲି ଜିଲ୍ଲାପାଳ ମହୋଦୟା ଆଭିଯୋଗ ଶୁଣାଣି ପାଇଁ ବ୍ଲକକୁ ଆସୁଥିବାରୁ ସମସ୍ତ ସାମାଜିକ ଅନୁଷ୍ଠାନରୁ ପ୍ରସ୍ତାବ ହୋଇ ଜନ ସାଧାରଣଙ୍କର ସ୍ୱାର୍ଥ ଦୃଷ୍ଟିରୁ ୨୦ ତାରିଖ ତାଲାବନ୍ଦକୁ ସ୍ଥଗିତ ରଖାଯାଇ । ଆସନ୍ତା କାଲି ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସହିତ ଆଲୋଚନା କରି ଏକ ଦାବୀପତ୍ର ପ୍ରଦାନ କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହେଲା । ଯଦି ଏଥିରେ କୌଣସି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ତା ୨୪ -୦୭-୨୦୨୨ ରିଖ ଦିନ ନାଗରିକ କମିଟିର ଆହ୍ୱାନ କ୍ରମେ ପୁଣି ସମସ୍ତ ସାମାଜିକ ଅନୁଷ୍ଠାନକୁ ନେଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ସ୍ଥିରୀକୃତ ହେଲା । ଏହି ବୈଠକରେ ବିଡ଼ିଓ ପ୍ରବୀଣ କୁମାର ବଣୁଆ, ବଣିକ ସଂଘ ଗାଇସିଲେଟର ସଭାପତି ଅମ୍ବିକା ପ୍ରସାଦ ତ୍ରିବେଦୀ, ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ୟୁଥ ପ୍ରବୀଣ କୁମାର ପାଣିଗ୍ରାହୀ, ମଦନ ଦୀପ, ଦେବେନ୍ଦ୍ର କୁମାର ଯୋଶୀ, ଶରତ କାଲୋ, ସରୋଜ ସାହୁ, ରଞ୍ଜନ କୁମାର ପଣ୍ଡା, ଗଜପତି ସାହୁ, ଚୈତନ୍ୟ ସାହୁ, ମୋହନ ସିଂ ବରିହା, ସମାରୁ ସାହୁ ଓ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଯଦି ଏହାର ସମସ୍ୟା ସମାଧାନ ନହୁଏ ତାହେଲେ ସମସ୍ତେ ଏକ ହୋଇ ଲଢ଼ିବାକୁ ନିଷ୍ପତ୍ତି ନିଆଗଲା । ଶେଷରେ ପ୍ରବୀଣ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.