pakka

ବଲାଙ୍ଗିିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସମର କ୍ୟାମ୍ପ ଉଦ୍‌ଯାପିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ସ୍ଥାନୀୟ ରେଲୱେଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ଚାଲିଥିବା ଗ୍ରୀଷ୍ମକାଳୀନ କରାଟେ ଓ ଟାଇକୋଣ୍ଡୋ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ପି.ପି.ଏକାଡେମୀ ହାଇସ୍କୁଲରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବର ସିଆରପିଏଫ୍‌ କମାଣ୍ଡେଣ୍ଟ ପବନ ତିୱାରି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଚେୟାରମେନ ଦେବକୀ ସାହୁ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋରଂଜନ ମିଶ୍ର ଓ ସ୍ୱେତା ତିୱାରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ସହ ଉତ୍ସାହିତ କରିଥିôଲେ । ମୁଖ୍ୟ ଅତିଥି ଶ୍ରୀ ତିୱାରି କହିଥିଲେ ଯେ, କରାଟେ ଓ ଟାଇକୋଣ୍ଡୋରେ ଦକ୍ଷତା ହାସଲ କରିଥିବା ଖେଳାଳିମାନଙ୍କୁ ପୋଲିସ ବିଭାଗର ଚାକିରି କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଏହି କରାଟେ ଅନୁଷ୍ଠାନ ପାଇଁ ନିଜସ୍ୱ ଏକ ଇଣ୍ଡୋର ହଲର ବ୍ୟବସ୍ଥା ସରକାର କରିପାରିଲେ ଜିଲ୍ଲା ଯୁବ ଭାଇ ଭଉଣୀମାନେ କରାଟେ ଓ ଟାଇକୋଣ୍ଡୋରେ ନିଜର ଭବିଷ୍ୟତ ଗଠନ କରିବାରେ ସଫଳ ହୋଇ ପାରିବେ ବୋଲି କୋଚ ଅସୀମ ଭୋଇ ନିଜ ବକ୍ତବ୍ୟରେ କହିଥିଲେ । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ପ୍ରତିଷ୍ଠାତା ତଥା ତାଇକୋଣ୍ଡୋ କୋଚ ଅସୀମ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମନପ୍ରୀତ କୌର ପରିଚାଳନା କରିଥିବା ବେଳେ ସୁଶାନ୍ତ ମୁଗ୍ରୀ, କରନ ନନ୍ଦ, ନରେନ୍ଦ୍ର ବରାଡ ଓ ଜୟନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲୋ ।

jay balangir
Leave A Reply

Your email address will not be published.

14 + 12 =