pakka

ପଦ୍ମପୁର ସହରରେ ଡ୍ରେନେଜ ଅବ୍ୟବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ୩ ନମ୍ବର ୱାର୍ଡରେ ଡ୍ରେନେଜ ଅବ୍ୟବସ୍ଥା ହେତୁ ଡ୍ରେନେଜରୁ ପାଣି ନିଷ୍କାସନ ହୋଇ ନପାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଡ୍ରେନେଜ ବ୍ୟବସ୍ଥା ନଥିବା ହେତୁ ଡ୍ରେନରେ ପାଣି ଜମା ରହିଥିବା ଅଳିଆ ଆବର୍ଜନା ପଚାସଢା ଗନ୍ଧରେ ନାକ ଫାଟି ଯାଉଛି । ସାମାନ୍ୟ ବର୍ଷା ହେଲେ ବର୍ଷା ଜଳ ଡ୍ରେନେଜ ହୋଇ ନପାରି ପାଣିରେ ପୋକ, ଜୀବାଣୁ ସୃଷ୍ଟି ହୋଇ ବିଭିନ୍ନ ରୋଗ ହେବାର ସମ୍ଭାବନା ଅଛି । ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ମହାମାରୀ ରୂପ ନେବାର ଆଶଙ୍କା ଅଛି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ କରାଯାଇଛି ।

Leave A Reply

Your email address will not be published.

3 × two =