jsm

ଅଲୋଡ଼ା ହେଲା ନବଜାତ ଶିଶୁପୁତ୍ର

csstore

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ପୁଅ ଟିଏ ପାଇଁ ମା ବାପା କେତେ କଣ କରୁଛନ୍ତି । କିନ୍ତୁ କିଛି ଲୋକଙ୍କ ପାଖରେ ପୁଅ ଅଲୋଡ଼ା ହୋଇ ପଡୁଛି । ଦୁନିଆ ଦେଖିବା ଆଗରୁ ନିଷ୍ପାପ ଶିଶୁଙ୍କୁ ଭୃଣ ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରମ୍ଭା ଥାନା ଇଲାକାରେ । ମିଳିଥିବା ସୂଚନା ଅନୁଯାଇ ଗୁରୁବାର ସକାଳ ସମୟରେ ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ବେଲପଡା ଗ୍ରାମ ଠାରୁ କିଛି ଦୂର ଏକ କିଆବୁଦା ମୂଳରେ ଗୋଟିଏ ଶିଶୁ ପୁତ୍ର ପଡ଼ିଥିବା ଦେଖି ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରି ଗଞ୍ଜାମ ମେଡିକାଲ ନେଇଥିଲେ । ଶିଶୁଟିର ଅବସ୍ଥା ଭଲ ନ ଥିବାରୁ ବ୍ରହ୍ମପୁର ରେଫର କରାଯାଇଥିଲା ବୋଲି ଫାର୍ମାସିଷ୍ଟ ଶ୍ରିମୟ ରଥ ସୂଚନା ଦେଇଛନ୍ତି । ଉକ୍ତ ଶିଶୁପୁତ୍ରଟିକୁ ବର୍ତ୍ତମାନ କଟକ ସ୍ଥାନାନ୍ତର କରାଯାଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଶିଶୁପୁତ୍ରର ପରିଚୟ ମିଳି ପାରି ନଥିବା ବେଳେ ଅବାଧ ପ୍ରେମ ଅନୈତିକ ସମ୍ପର୍କରୁ ଘଟଣା ଘଟିଥାଏ ବୋଲି ଚର୍ଚ୍ଚା ହେଉଛି ।

yuvodaya
Leave A Reply

Your email address will not be published.