ଭାରତ ଓ ଚୀନ ମଧ୍ୟରେ ସବୁ କ୍ଷେତ୍ରରେ ଜାରି ରହିଛି ଛକାପନ୍‌ଝା : ନେପାଳକୁ ଆର୍‌ଏଡ଼ବ୍‌ଲ୍ୟୁ ମୁଖ୍ୟଙ୍କ ଗସ୍ତ ପରେ ଏବେ ଚୀନ୍‌ ପଠାଇବ ତାର ପ୍ରତିରକ୍ଷା ମନ୍ତ୍ରୀ

କାଠମାଣ୍ଡୁ : ଦୁଇ ଦିନ ପୂର୍ବେ ଭାରତ ଏହାର ସର୍ବୋଚ୍ଚ କୂଟନୀତିଜ୍ଞଙ୍କୁ ନେପାଳ ପଠାଇଥିଲା ଏବଂ ବର୍ତ୍ତମାନ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ନେପାଳ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି । କାଠମାଣ୍ଡୁ ପୋଷ୍ଟ୍‌ର ରିପୋର୍ଟରେ କୁହାଯାଇଛି ଯେ, ନେପାଳର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ, ନଭେମ୍ବର ଶେଷରେ ଚୀନର ରାଜ୍ୟ ପରିଷଦ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୱାଇ ୱେଙ୍ଗେ କାଠମାଣ୍ଡୁ ପରିଦର୍ଶନ କରିବାକୁ ଆସୁଛନ୍ତି । କାଠମାଣ୍ଡୁ ପୋଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତର ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ନୂଆଦିଲ୍ଲୀ ଫେରିବା ପରେ ଚୀନ୍ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ଲି କେକିଆଙ୍ଗ କାଠମାଣ୍ଡୁରେ ପହଞ୍ଚିବେ । ତେବେ ବୈଦେଶିକ ମନ୍ତ୍ରୀ ମୁଖପାତ୍ର ସେବା ଲାମସାଲ କହିଛନ୍ତି ଯେ, ବର୍ତ୍ତମାନ ସେମିତି କିଛି ଠୋସ୍ ସୂଚନା ନାହିଁ ।

Leave A Reply

Your email address will not be published.