କାବୁଲ ଉପରେ ବମ୍-ରକେଟ୍ ମାଡ଼ : ୩ ଜଣ‌ଙ୍କ ମୃତ୍ୟୁ ଆଶଂକା

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିବା ବେଳେ ଏହିକୁ ନେଇ ଅନେକ ଚଚ୍‌ର୍ଚ୍ଚା ବାହାରକୁ ଆସିଛି, ​​ଯେଉଁଥିରେ ଦାବୀ କରାଯାଇଛି ଯେ ସହରକୁ ରକେଟ୍ ଆକ୍ରମଣ କରାଯାଇଛି । ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି । ନ୍ୟୁଜ୍ ଏଜେନ୍ସି ଏଏଫ୍‌ପି ଅନୁଯାୟୀ କାବୁଲର ଗ୍ରୀନ୍ ଜୋନ୍ ଚାରିପାଖରେ ଥିବା ଦୂତାବାସ ଏବଂ ବ୍ୟବସାୟ କମ୍ପାନୀଗୁଡିକରେ ଆଲାର୍ମ ଶୁଣିବାକୁ ମିଳିଥିଲା ।

ଏହି ଘଟଣା କ୍ରମରେ ଜେଲ ନିକଟରେ ଏକ ବିସ୍ଫୋରଣ ଘଟିଛି, ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ବୋଲି କୁହାଯାଉଛି । ଦ୍ୱିତୀୟ ବିସ୍ଫୋରଣ ସହରର ସପ୍ତମ ଜିଲ୍ଲାରେ ଘଟିଥିଲା ​​କିନ୍ତୁ ଏଥିରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ମେଗ୍‌ନେଟିକ୍‌ସ୍‌ ମାଇନ୍‌ସ୍‌ ଦ୍ୱାରା ଏହି ବିସ୍ଫୋରଣ ଘଟିଛି । ରିପୋର୍ଟ ଅନୁଯାୟୀ, ଏପରି ଚିତ୍ର ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଉଛି, ଯେଉଁଥିରେ ରକେଟ୍‌ ମାଡ଼ରେ ଗର୍ତ୍ତ ହୋଇଥିବା ଦେଖାଯାଉଛି ।

ଏଥିସହିତ ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ମଧ୍ୟ ଟୋଲୋ ନ୍ୟୁଜ୍ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ସୂଚନା ଦେଇଛି । ଏଥିରେ ଦର୍ଶାଯାଇଛି ଯେ କାବୁଲ ଉପରେ ୧୪ ଟି ରକେଟ ମାଡ଼ କରାଯାଇଛି ।

Leave A Reply

Your email address will not be published.