ଆତଙ୍କିସ୍ତାନର ସେନାଙ୍କ ଆରୋପ, ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ ପାଇଁ ଭାରତ ୧ କୋଟି ଟଙ୍କା ଦେଇଛି

ଇସଲାମାବାଦ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାରଖାନା ଚଳାଉଥିବା ଆତଙ୍କିସ୍ତାନ (ପାକିସ୍ତାନ) ଏବେ ଏଫ୍‌ଏଟିଏଫ୍‌ରୁ ରକ୍ଷା ପାଇବା ପାଇଁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଆକ୍ରମଣ ନିସ୍ତାର ପାଇବାକୁ ଆଉ ଏକ କୌଶଳ ଆପଣେଇଛି । ଆତଙ୍କବାଦୀଙ୍କୁ ଉତ୍ସାହିତ କରିଥିବା ପାକିସ୍ତାନୀ ସେନା ଅଭିଯୋଗ କରିଛି ଯେ, ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ ପାଇଁ ଭାରତର ଗୁପ୍ତଚର ସଂସ୍ଥା ଆର୍‌ଏଡବ୍ଲ୍ୟୁ ୧ କୋଟି ଟଙ୍କା ଦେଉଛି । ଏଥି ସହିତ ବିଶ୍ୱ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ଦାବୀ କରିଛନ୍ତି ଯେ, ଭାରତ ଆତଙ୍କବାଦ ବିସ୍ତାର କରୁଥିବାର ଅକାଟ୍ୟ ପ୍ରମାଣ ରହିଛି ଏବଂ ସେ ଏହାକୁ ଅନ୍ତର୍ଜାତୀୟ ସମୁଦାୟକୁ ଦେବ ।

ପାକିସ୍ତାନୀ ସେନାର ମୁଖପାତ୍ର ମେଜର ଜେନେରାଲ ବାବର ଇଫ୍‌ତିଖାର ଦାବୀ କରିଛନ୍ତି ଯେ ଭାରତର ଗୁପ୍ତଚର ଏଜେନ୍ସି ଆର୍‌ଏଡବ୍ଲ୍ୟୁ ପାକିସ୍ତାନରେ ଆତଙ୍କବାଦ ବସ୍ତାର କରିବାକୁ ଚେଷ୍ଟା କରୁଛି । ସେ କହିଛନ୍ତି, ନିକଟରେ ଭାରତରୁ ୨୦ ଜଣ ଆତଙ୍କବାଦୀଙ୍କୁ ପାକ୍‌-ଆଫଗାନିସ୍ତାନ ସୀମାକୁ ଅଣାଯାଇଛି । ତାଙ୍କୁ ଡାଏସର କମାଣ୍ଡର, ଶେଖ ଅବଦୁଲ ରହୀମ ଛଦ୍ମନାମ ଅବଦୁଲ ରହୀମ ମୁସଲିମ ବନ୍ଧୁ ଭାବରେ ନିଯୁକ୍ତ କରାଯାଇଛି । ପିଓକେ ଠାରୁ ଆଫଗାନିସ୍ତାନ ସୀମା ପର୍ଯ୍ୟନ୍ତ ଆତଙ୍କବାଦୀ କ୍ୟାମ୍ପ ଚଳାଉଥିବା ପାକିସ୍ତାନୀ ସେନା ଦାବୀ କରିଛି ଯେ, ଭାରତ ୮୭ଟି ଆତଙ୍କବାଦୀ ଶିବିର ଚଳାଉଛି ।

Leave A Reply

Your email address will not be published.