ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଇ-ମହକ କାର୍ୟ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଶିଶୁ ଭିତରେ ଥିବା ଅନ୍ତନିହିତ ପ୍ରତିଭା କୁ ଖୋଜି ପାଇଲେ ଆଗାମୀ ସମୟ ହେବ ସୁଖମୟ।ଦେଶ ପାଇଁ ହେଵ ନୂତନ ସୂର୍ୟ୍ୟୋଦୟ। ତେଣୁ କୋରୋନା ର କଟକଣା ମଧ୍ୟରେ ଵଲାଙ୍ଗିର ର ଅଗ୍ରଣୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ତରଫରୁ ଶିଶୁ ଦିଵସ ଅଵସରରେ ଅନଲାଇନରେ ଶିଶୁ ପ୍ରତିଭା ଅନ୍ବେଷଣ କାର୍ୟ୍ୟକ୍ରମ ଇ -ମହକ ଆୟୋଜନ କରାଯାଇଥିଲା। ଏହା ସହିତ କୋରୋନା ଯୋଦ୍ଧା ସମ୍ଵର୍ଧନା କାର୍ୟ୍ୟକ୍ରମ କରାଯାଇଥିଲା। କ୍ରାଏ କଲିକତା ର ସହଯୋଗରେ କରୋନା କଟକଣା ମଧ୍ୟରେ ନଅଗାଁ(ଖ) ଠାରେ ଆୟୋଜିତ ଉତ୍ସବରେ ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ନେପାଳ ପ୍ରଧାନ ସଭାପତିତ୍ଵ କରିଥିଲେ । ଏଥିରେ ଆଗଲପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମନମୋହନ ପଟେଲ ମୁଖ୍ୟ ଅତିଥି, ସାମ୍ଵାଦିକ ସନ୍ଦୀପ କୁମାର କୁଅଁର ମୁଖ୍ୟ ଵକ୍ତା ଓ ଵେତାର ତଥା ଦୁରଦର୍ଶନ କଣ୍ଠଶିଳ୍ପୀ ସଦାନନ୍ଦ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ।ଅନଲାଇନରେ କ୍ରାଏ କଲିକତାର ଅସିମ ଵସୁ ଓ ଆନନ୍ଦିତା ଏହି କାର୍ୟ୍ୟକ୍ରମରେ ଶିଶୁଙ୍କୁ ଉଦବୋଧନ ଦେଇଥିଲେ। ପଲ୍ଲୀ ଆଲୋକ ପାଠାଗାର ର ସମ୍ପାଦକ ପ୍ରଶାନ୍ତ ନାୟକ ସ୍ଵାଗତ କରିବା ସହ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଵୁଝାଇଥିଲେ। ଏହି ଅଵସରରେ କରୋନା ଯୋଦ୍ଧା ଭାଵରେ ଗୌରାଙ୍ଗ ଚରଣ ଦାସ, ସୁମିତ୍ ଅଗ୍ରୱ।ଲ ଓ ଆଦିକନ୍ଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ପ୍ରତିଯୋଗିତାର ସମସ୍ତ କୃତୀ ପ୍ରତିଯୋଗୀ ତଥା ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏଥିରେ ଅନୁଷ୍ଠାନର ହୀରାଲାଲ ମିଶ୍ର, ଗୋବିନ୍ଦ ବିଶି, ପ୍ରହଲ୍ଲାଦ ପଧାନ, ପଙ୍କଜ, ଭାଗବତିଆ, ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.