ଫ୍ୟାଟି ଲିଭର୍‌ ରୋଗୀମାନେ ଏହି ଜିନିଷଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସମସ୍ୟା ବଢ଼ିବ

ବିଶୃ‌ଙ୍ଖଳିତ ଜୀବନ ଶୈଳୀ ହେତୁ ଅଧିକାଂଶ ଲୋକ ଫ୍ୟାଟି ଲିଭର ସମସ୍ୟା ଭୋଗୁଛନ୍ତି । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏହି ଫ୍ୟାଟି ଲିଭର କ’ଣ ? ସାଧାରଣତଃ ଯକୃତରେ କିଛି ପରିମାଣର ଚର୍ବି ଥାଏ, କିନ୍ତୁ ଚର୍ବିର ପରିମାଣ ଯକୃତର ଓଜନର ଦଶ ପ୍ରତିଶତରୁ ଅଧିକ ହେଲେ ଫ୍ୟାଟି ଲିଭର ରୋଗ ହୁଏ । ଏପରି ପରିସ୍ଥିତିରେ ଯକୃତ ସାଧାରଣ ଭାବରେ କାମ କରିବାରେ ଅସମର୍ଥ ହୁଏ, ଯେଉଁଥି ପାଇଁ ଅନେକ ସମସ୍ୟା ଆରମ୍ଭ ହୁଏ । ଏହି ସମସ୍ୟାଗୁଡ଼ିକ ଯକୃତ ଫୁଲା, ଯନ୍ତ୍ରଣା ଏବଂ ଅଜୀଣ୍‌ର୍ଣ୍ଣ ସୃଷ୍ଟି କରିପାରେ । ଏହି ସମସ୍ୟାରେ ପୀଡିତ ରୋଗୀଙ୍କୁ ଏପରି ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ ଯେ ସେମାନଙ୍କର ଯକୃତ ଅଧିକ ଚାପଗ୍ରସ୍ତ ହୁଏନାହିଁ ଏବଂ ଯକୃତକୁ ଅଧିକ ପରିଶ୍ରମ କରିବାକୁ ଯେମିତି ପଡିବ ନାହିଁ । ଯଦି ଆପଣ ଏହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି, ତେବେ କିଛି ଜିନିଷ ଅଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଜାଣନ୍ତୁ କେଉଁ ଜିନିଷଗୁଡିକ ଫ୍ୟାଟି ଲିଭର ରୋଗୀ ଆଦୌ ଖାଇବା ଉଚିତ୍ ନୁହେଁ ।

ଥଣ୍ଡା ପାନୀୟରୁ ଦୂରରେ ରୁହନ୍ତୁ :
ଅଧିକାଂଶ ଲୋକ ଥଣ୍ଡା ପାନୀୟକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଯଦି ଆପଣ ଫ୍ୟାଟି ଲିଭର ସମସ୍ୟାରେ ପୀଡିତ, ତେବେ ତୁରନ୍ତ ଥଣ୍ଡା ପାନୀୟ ଗ୍ରହଣ କରିବା ବନ୍ଦ କରିବା ଉଚିତ୍ । ଏହାକୁ ପିଇବା ଦ୍ୱାରା ଯକୃତ ପ୍ରଦାହ ବୃଦ୍ଧି ପାଇପାରେ । ଯଦି ଆପଣ ଚାହାଁନ୍ତି, ଆପଣ କ୍ଷୀରରେ ତିଆରି ଜିନିଷକୁ ବଟର ମିଲ୍କ ଭାବେ ପିଇ ପାରିବେ ।

ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ :
ତେଲିଆ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ ଯେତେବେଳେ ଆପଣ ଫ୍ୟାଟି ଯକୃତର ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ିଛନ୍ତି, ସେତେବେଳେ ଏହିପରି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ହୋଇଯାଏ । ତେଲିଆ ଜିନିଷ ଖାଇବା ଦ୍ୱାରା ଚର୍ବି ଅଧିକ ବଢ଼ିଥାଏ । ଏହି କାରଣରୁ, ଯକୃତ ରୋଗୀ ବିନା ତେଲ ମସଲାଯୁ‌କ୍ତ ଖାଦ୍ୟ ଖାଇବା ଉଚିତ ।

ଜଙ୍କ୍‌ ଫୁଡ ଖାଆନ୍ତୁ ନାହିଁ :
ଆଜି ଯେଉଁ ଜିନିଷ ଲୋକମାନେ ଅଧିକ ଖାଉଛନ୍ତି ତାହା ହେଉଛି ଜଙ୍କ ଫୁଡ୍ । କିନ୍ତୁ ଏହି ଜଙ୍କ୍‌ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ କ୍ଷତିକାରକ । ଫ୍ୟାଟି ଲିଭର ସହିତ ସଂଘର୍ଷ କରୁଥିବା ବ୍ୟକ୍ତି ଆଦୌ ଜଙ୍କ ଫୁଡ୍ ଖାଇବା ଉଚିତ୍ ନୁହେଁ । ଏହାର କାରଣ ହେଉଛି, ଅଧିକାଂଶ ଜଙ୍କ୍‌ ଫୁଡରେ ମଇଦା ବ୍ୟବହୃତ ହୁଏ, ଯାହା ଯକୃତ ପାଇଁ ଜମା ଭଲ ନୁହେଁ ।

ମଦ୍ୟପାନ କରନ୍ତୁ ନାହିଁ :
ଫ୍ୟାଟି ଲିଭର୍‌ ରୋଗରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିବା ଉଚିତ ନୁହେଁ । ଏହାର ବ୍ୟବହାର ହେତୁ ଯକୃତ ଫୁଲିପାରେ, ଯେଉଁ କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

Leave A Reply

Your email address will not be published.

1 × 2 =