ଲେମ୍ବୁରୁ କ’ଣ ସବୁ ଲାଭ ମିଳେ, ଜାଣିବା ଆସନ୍ତୁ

ଲେମ୍ବୁ ସମସ୍ତଙ୍କ ପାଇଁ ସହଜଲବ୍ଧ, କିନ୍ତୁ ଏହାର ଉପାଦେୟତା ଦୃଷ୍ଟିରୁ ଯେତେ ପରିମାଣରେ ସମସ୍ତେ ବ୍ୟବହାର କରିବା କଥା, ସେତିକି ବ୍ୟବହୃତ ହୁଏନାହିଁ । ତେବେ ଲେମ୍ବୁରୁ କ’ଣ ସବୁ ଲାଭ ମିଳେ, ଜାଣିବା ଆସନ୍ତୁ ।

  • ଲେମ୍ବୁର ପ୍ରଥମ ଗୁଣ ହେଉଛି ଏହା ଅରୁଚି ଦୂର କରିଥାଏ ।
  • ଲେମ୍ବୁ ପ୍ରତ୍ୟହ କିଛି କିଛି ଖାଇଲେ ଶରୀରରେ କୃମି ଜାତୀୟ ସମସ୍ୟା ରହେନାହିଁ ।
  • ମୁଣ୍ଡରୁ ବାଳ ଉପୁଡ଼ିବା କ୍ଷେତ୍ରରେ ଏହା ବହୁତ ଉପାଦେୟ ବୋଲି ଆୟୁର୍ବେଦ ଚିକିତ୍ସକମାନେ କୁହନ୍ତି ।
  • ପିଲାଙ୍କ ମୁଣ୍ଡରେ ଉପି ଓ ଉକୁଣି ସମସ୍ୟା ହୋଇଥିଲେ ଲେମ୍ବୁ ରସ ମୁଣ୍ଡରେ ଲଗାଇଲେ ଲାଭ ମିଳିଥାଏ ।
  • ବସନ୍ତ ଚିହ୍ନ କିମ୍ବା ମୁହଁରେ କଳା ଦାଗ ଥିଲେ ଲେମ୍ବୁ ରସ ପ୍ରତ୍ୟହ ଲଗାଇଲେ ଭଲହୁଏ ।
  • ପ୍ଲିହା ରୋଗରୁ ମଧ୍ୟ ରକ୍ଷା କରିଥାଏ ଲେମ୍ବୁ ।
  • ଯାଦୁ, କୁଣ୍ଡିଆ ହୋଇଥିଲେ ଲେମ୍ବୁ ରସ ନିୟମିତ ଲଗାଇଲେ ଲାଭ ମିଳେ ।
  • ଦାନ୍ତ ମୂଳରୁ ରକ୍ତ କ୍ଷରଣ ହେଉଥିଲେ ବି ଲେମ୍ବୁ ରସ ଉପାଦେୟ ହୋଇଥାଏ ।
Leave A Reply

Your email address will not be published.

nine + 1 =