ମାଣ୍ଡୋସିଲଠାରେ ନୂଆଁଖାଇ ଉପଲକ୍ଷେ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ସୋନିଆ ନଗର ବଡ଼ ପଡ଼ିଆ ଠାରେ ନୂଆଖାଇ ଉପଲକ୍ଷେ ଅଣ୍ଡର ୧୯ କବାଡି ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଏଥିରେ ୨୦ଟି ଦଳ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ଏ ଅଞ୍ଚଳର ସମାଜସେବୀ ତଥା ବିଶିଷ୍ଟ କଳାକାର ଲଲିତ ଜଗତ ଫିତା କାଟି ଉଦ୍‌ଘାଟନ କରି ବିଜୟୀ ଦଳକୁ ପୁରସ୍କାର ରାଶି ପ୍ରଦାନ କରିଥିଲେ ଓ ଲକ୍ଷ୍ମୀଧର ମେହେର ଉପ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ସାଙ୍ଗରେ ରଘୁମଣି ସାହୁ, ଲବ, ଚଳାନ, ବାଲେକ, ରାମ, ବେନିଆ, ଅନିଲ ଦାସ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚ ମାଣ୍ଡୋସିଲ ଦଳ ସହିତ ଭୂତମୁଣ୍ଡା ଦଳ ମଧ୍ୟରେ ହୋଇଥିଲା ଏଥିରେ ମାଣ୍ଡୋସିଲ ଦଳ ବିଜୟ ଲାଭ କରି ଚାମ୍ପିୟନ ହୋଇଥିଲା । ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ ବୈବସ୍ଵତ ପ୍ରଧାନ, ଶଙ୍କର ପରାଭୋଇ ଓ ଅନିଲ ଦାସ । ରୋହିତ ଖୁଣ୍ଟିଆ ଧାରା ବିବରଣୀ କରିଥିବା ବେଳେ ସ୍କୋରରେ ହରି ଭରାସାଗର ଓ ଅକ୍ଷୟ ସାହୁ ବିବରଣୀ କରିଥିଲେ । କମିଟିର ବିନୋଦ ମହାନନ୍ଦ, ବିଭୂତି ରଣା, ଜଗ ରଣା ମନୋରଞ୍ଜନ ମଲ୍ଲିକ ସୀତାକାନ୍ତ ମଲ୍ଲିକ ଓ ମାନସ ନାଏକ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.