jayashree

ବଙ୍ଗୋମୁଣ୍ଡା ତହସିଲରେ ଅନଶନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅଫିସରେ ଦୁର୍ନୀତି ଅଭିଯୋଗକୁ ନେଇ ତେଜିଲା ପ୍ରତିବାଦ । ଓଡ଼ିଶା ଜନତା କଂଗ୍ରେସ ଦଳ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିବା-ରାତ୍ର ଅନଶନ । ଦଳର ବଲାଙ୍ଗିର ଜିଲ୍ଲା ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ ଏହି ଅନଶନ ଆରମ୍ଭ ହୋଇଛି । ବଙ୍ଗୋମୁଣ୍ଡା ତହସିଲ ଅଫିସରେ ଚାଲିଥିବା କଥିତ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ଉଠାଇ ପ୍ରତିବାଦ ଜଣାଇଛି ଓଡ଼ିଶା ଜନତା କଂଗ୍ରେସ । ଏହି ଦାବିକୁ ନେଇ ଦଳ ପକ୍ଷରୁ ଆଜିଠାରୁ ତହସିଲ ଅଫିସ ସମ୍ମୁଖରେ ଦିବା-ରାତ୍ର ଅନଶନ ଆରମ୍ଭ କରାଯାଇଛି । ତେବେ ତହସିଲ ଅଫିସକୁ ନେଇ ଉଠିଥିବା ଏହି ଦୁର୍ନୀତି ଅଭିଯୋଗ ଉପରେ ପ୍ରଶାସନର ପ୍ରତିକ୍ରିୟା କଣ ରହୁଛି, ତାହା ଉପରେ ଏବେ ନଜର ।

Leave A Reply

Your email address will not be published.