ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, (ପିଆଇବି) : ଭୁନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ଠାରେ ଥିବା ପ୍ରାଚୀନ ଐତିହ୍ୟସ୍ଥଳୀରୁ ବେଆଇନ ଜବରଦଖଲ ଉଚ୍ଛେଦ ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଆଜି ରାଜ୍ୟ ସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଶିଶୁପାଳଗଡ଼ ଦୁର୍ଗର ଭିତର ଏବଂ ବାହାର ଅବଶେଷ ମଧ୍ୟରୁ ଅଧିକାଂଶ ଭାଗ ମାଟି ତଳେ ପୋତି ହୋଇ ରହିଛି । ଏହି ସ୍ଥାନକୁ 25 ନଭେମ୍ବର 1950ରେ ସରକାରୀ ଗେଜେଟ୍ ବିଜ୍ଞପ୍ତି ସଂଖ୍ୟା 34 ମାଧ୍ୟମରେ ସଂରକ୍ଷିତ ଐତିହ୍ୟ ସ୍ଥଳୀ ରୂପେ ଘୋଷଣା କରାଯାଇଥିଲା । ମୋଟ୍ ସଂରକ୍ଷିତ ଐତିହ୍ୟସ୍ଥଳୀର ପରିସର 562.681 ଏକର ହୋଇଥିବା ବେଳେ ଉଭୟ ସରକାରୀ ଏବଂ ଘରୋଇ ମାଲିକାନାରେ ଜମି ରହିଛି । ବେଆଇନ କାର୍ଯ୍ୟକଳାପ ବିରୋଧରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଭିଯୋଗ ଦାୟର କରିଛି। ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଏବଂ ଅବଶେଷ ଆଇନ, 1958 ଏବଂ ନିୟମ 1959 ଆଧାରରେ ଖିଲାପକାରୀଙ୍କୁ ନୋଟିସ ଜାରି କରାଯାଇଛି । ଶିଶୁପାଳଗଡ଼ରେ ଜବରଦଖଲକୁ ନେଇ ହାଇକୋର୍ଟରେ ମଧ୍ୟ ଏକ ମାମଲା ଦାୟର କରାଯାଇଥିଲା। ବର୍ତ୍ତମାନ ମାମଲାର ସମାଧାନ ହୋଇସାରିଛି ।

Leave A Reply

Your email address will not be published.