oom

ଭୁବନେଶ୍ୱରରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ କଣ୍ଟାବାଞ୍ଜିର ସାମ୍ବାଦିକ ହୁଲେଶ୍ୱର ହଂସ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ସିମ୍ ଫୋନି ମଲ୍‌ କନ୍‌ଫରେନ୍ସ ହଲ୍‌ ଠାରେ ଅର୍ଗସ ନ୍ୟୁଜର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅର୍ଗସ ପ୍ରତିନିଧି ତଥା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ଅର୍ଗସ ନ୍ୟୁଜ୍‌ ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ସିଇଓ ପ୍ରକାଶ ସାହୁ, ଏକ୍‌ଜିଉକ୍ଟିଭ୍‌ ଏଡିଟର୍‌ ଦୁର୍ଗାଶୀଷ, ଏସୋସିଏଟ୍‌ ଏଡିଟର୍‌ ଶାନ୍ତିଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତିରେ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ମାନ ହୁଲେଶ୍ୱର ହଂସଙ୍କ ପାଇଁ ନୁହେଁ ଏହି ସମ୍ମାନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀବାସୀଙ୍କ ପାଇଁ ବୋଲି ଶ୍ରୀ ହଂସ କହିଛନ୍ତି । ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ କରିଥିବାରୁ ବିଭିନ୍ନ ମହଲ୍‌ରେ ଶୁଭେଚ୍ଛାର ସୁଅ ଛୁଟୁଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ହଂସ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସାମ୍ବାଦିକଙ୍କୁ ଏହି ଭଲି ସମ୍ମାନ ଦେଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି

jittmm
Leave A Reply

Your email address will not be published.