oom

ଟିଟିଲାଗଡ଼ ପୋଲିସ ଦ୍ୱାରା ସହରରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଗାମୀ ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମେ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଶୃଙ୍ଖଳାର ସହିତ କିପରି ସମ୍ପନ୍ନ କରାଯିବ ସେ ନେଇ ଲୋକଙ୍କୁ ସଚେତନ କରାଇବା ନେଇ ଟିଟିଲାଗଡ଼ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଅପରାହ୍ନରେ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାରଙ୍କ ଅଧ୍ୟକ୍ଷତାରେ ପୋଲିସ ପକ୍ଷରୁ ସହର ସାରା ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ପୋଲିସ ବଳ ସହ ଫୋର୍ସ ମାନେ ଏହି ଫ୍ଲାଗ୍ ମାର୍ଚ୍ଚରେ ସାମିଲ ହୋଇଥିଲେ । ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୋଲିସ ସୁରକ୍ଷା କଡାକଡି କରାଯିବ ତଥା ବେଆଇନ କାର୍ଯ୍ୟ ଉପରେ ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.