pakka

ରାଜ୍ୟରେ ଲାଗି ରହିବ ଆହୁରି ୨୪ ଘଣ୍ଟା ବର୍ଷା : ମାର୍ଚ୍ଚ ୨୨ରୁ ବଢ଼ିପାରେ ତାପମାତ୍ରା

bbehera

ଭୁବନେଶ୍ୱର : ନିମ୍ନଚାପ ଓ ଗୁରୁଚାପବଳୟ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଉଛି । ଗତକାଲିଠାରୁ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଅଂଚଳରେ ବର୍ଷା ଲାଗି ରହିଛି । ବିଳମ୍ବିତ ରାତିରେ ଭଦ୍ରକ, କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ଲାଗିରହିଛି । ଯାଜପୁରରେ ୫୨.୨ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ମଧ୍ୟ ଭାଗରେ ଥିବା ଜିଲ୍ଲାଗୁଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନୁମାନ କରାଯାଉଛି, ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ରହିବ । ସର୍ବାଧିକ ୫୫ କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି । ବୁଧବାରରୁ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶା ଜିଲ୍ଳା ସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୫ ଡିଗ୍ରୀ ତାପମାତ୍ରା ଖସିବା ନେଇ ପାଣିପାଗ ବିଜ୍ଞାନୀ ଅନୁମାନ କରୁଛନ୍ତି । ୨୨ ତାରିଖଠାରୁ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହି ଭଳି ପ୍ରଭାବ ୩ ଦିନ ରହିବ ତା ପରେ ପାଗ ଶୁଖିଲା ହେବାର ସମ୍ଭାବନା ରହିଛି । ତା’ପରେ ୨୨ରୁ ୨୮ ତାରିଖ ପରେ କିଛି ଜିଲ୍ଲାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

jay balangir
Leave A Reply

Your email address will not be published.

nineteen − 10 =