jayashree

ବ୍ରାହ୍ମଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଆ ଭାଷା ସାହିତ୍ୟ ଉପରେ ଗୀତ, ଗପ, କବିତା, ନୃତ୍ୟ ଇତ୍ୟାଦି ଲିଖନ ଓ ପଠନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀ ଗାଁ ତଥା ଆଖପାଖ ଗାଁରୁ ଅନେକ ଅଭିଭାବକ, ଅଭିଭାବିକା, ପୁରାତନ ଛାତ୍ରଛାତ୍ରୀ, ପରିଚାଳନା କମିଟି ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ଯୋଷୀଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ହେମରାଜ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଫକୀର ମୋହନ ଖମାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ନୀଳମଣି ବରିହା ଓ ସୁରଥ ମହାକୁର ସଂଯୋଜନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁବାସିନୀ ନାଏକ, ନିଳେନ୍ଦ୍ରୀ ଛୁରା, ଶିକ୍ଷକ ସନ୍ତୋଷ କୁମାର ବେହେରା, ଗଜପତି ଭୋଇ, ଦେବାଶିଷ ମେହେର, ଉମାକାନ୍ତ ବେହେରା ଏବଂ ଏସ୍ଏମ୍‌ସି କମିଟି ସଭ୍ୟ ନରେଶ ପଧାନ, ଘାସି ରଣା, ଭୀମ ଭୋଇ, କାର୍ତ୍ତିକ ରଣା ଓ ସଭ୍ୟା ଆରତି ଜାନି, ରେବତୀ ରଣା, କୌଶଲ୍ୟା ରଣା, କଳ୍ପନା ରଣା, ଦୀପାଞ୍ଜଳି ରଣା, ଦୀପା ମହତ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ଜନସାଧାରଣ ସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.