oom

ଜେଏସ୍‌ଏମ୍‌ କମର୍ସ ଏଣ୍ଡ ଆର୍ଟସ କଲେଜ୍‌ର ବାର୍ଷିକ ଉତ୍ସବ ପାଳନ ସହିତ ବିଦାୟ ସମାରୋହ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ଗାର୍ଲ୍ସ ହାଇସ୍କୁଲ ପରିସରରେ ଜେଏସ୍‌ଏମ୍‌ କମର୍ସ ଏଣ୍ଡ ଆର୍ଟସ୍ କଲେଜ୍‌ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଗଣେଶଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ସ୍ଵାଗତ ଭାଷଣ କଲେଜ୍‌ର ଅଧ୍ୟକ୍ଷ ପୀତବାସ ପଣ୍ଡା ଦେଇଥଲେ । ଆଜିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ମୁଖ୍ୟବକ୍ତା, ବୈଦିକ ସାଇନ୍ସ କଲେଜ୍‌ର ଅଧ୍ୟକ୍ଷ ସୁକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ସିନିଅର ସିଟିଜନ କମିଟିର ସମ୍ପାଦକ ମନୋରଞ୍ଜନ ସାହୁ ଏବଂ କଲେଜର ନିର୍ଦେଶିକା ସୁମନ୍ ଶର୍ମା ଯୋଗଦାନ କରିଥିଲେ । କଲେଜର ପ୍ରତିଷ୍ଠାତା ସିଏ ଶ୍ରୀକାନ୍ତ ଶର୍ମା ଉତ୍ସବ ପାଳନକୁ ସଫଳ କରିବା ସହ ଉପସ୍ଥିତ ସମସ୍ତଙ୍କୁ ବୌଦ୍ଧିକ ଭାଷଣ ଦେଇ ଚକିତ କରିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନି ଜଣ ମହାନୁଭବଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଶିକ୍ଷକ ବିବେକାନନ୍ଦ ମିଶ୍ର, ଖେଳ ଶିକ୍ଷକ ସୁନୀଲ ଚନ୍ଦ୍ର ବିଶ୍ଵାଳ ଓ କାହ୍ନା ସତପଥୀ ସମ୍ବର୍ଦ୍ଧିତ ହୋଇଥିଲେ । +୩ର ବିଶ୍ୟବିଦ୍ୟାଳୟ ପରୀକ୍ଷାଗୁଡିକରେ ପଦବିଧାରୀ ଭାବରେ ରହିଥିବା ପି.ସାୱନ ସାମ ଓ ଅରଚିତ ବରାଇ କଲେଜର ପରିକ୍ଷାଗୁଡିକରେ +୨ର ନିଧି ଅଗ୍ରୱାଲଙ୍କୁ ପୁରସ୍କୃତ କରିବା ସହିତ କଲେଜର ବିଭିନ୍ନ କ୍ଷେତ୍ରରେ ବିଶେଷତା ପାଇଥିବା ବା କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ କଲେଜର ବାର୍ଷିକ ପତ୍ରିକା “ଉମଙ୍ଗ ୨୦୨୦-୨୩” ମଧ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍‌ମୋଚନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବରେ ବହୁ ଛାତ୍ର ଛାତ୍ରୀ, ଅଭିଭାବକ, କଲେଜର ପୂର୍ବତନ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବକୁ ସଫଳ କରିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଶିକ୍ଷକ ନିରୋଜ୍ କୁମାର ମିଶ୍ର ଦ୍ୱାରା ନିର୍ଦ୍ଦେଶିତ ନାଟକ “କର୍ତ୍ତବ୍ୟ”କୁ ଉପଭୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପରେ ୨୦୨୨ -୨୪ର +୨ ଛାତ୍ର ଛାତ୍ରୀମାନଙ୍କୁ ବିଦାୟ ପ୍ରଦାନ କରାଯାଇଥିଲା । କଲେଜର ପ୍ରତିଷ୍ଠାତା ସିଏ ଶ୍ରୀକାନ୍ତ ଶର୍ମା, ନିର୍ଦେଶିକା ସୁମନ୍ ଶର୍ମା ସମସ୍ତ ଛାତ୍ର ଛାତ୍ରୀଙ୍କୁ ବେଚ୍ ଫଟୋ ସହିତ ଉପହାର ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ପ୍ରକାଶ କରିଥିଲେ । ପୁଣି +୨ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟରୁ ଆଦର୍ଶ ଅଗ୍ରୱାଲକୁ ମିଷ୍ଟର ଜେଏସ୍‌ଏମ ଓ କୁମାରୀ ତସନୀମ୍ ଆଫ୍ରିନ୍‌ଙ୍କୁ ମିସ୍ ଜେଏସ୍‌ଏମ୍ ଭାବରେ ପୁରସ୍କୃତ କରାଯାଇଥିଲା । ଶେଷରେ ପିଲାମାନେ ଆପଣା ଆପଣାର ଅଭିବ୍ୟକ୍ତି ପ୍ରଦାନ କରି ବିଦାୟ ସମାରୋହ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମଟିକୁ ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.