ଚୁଡାପାଲିଠାରେ ଏକ ଜୁଆ ଆଡ୍ଡାକୁ ଚଢାଉ କରି ୧୨ ଜଣଙ୍କୁ ଧରିଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡାପାଲିଠାର ଏକ ଜୁଆ ଆଡ୍ଡାକୁ ଚଢାଉ କରି ୧୨ ଜଣଙ୍କୁ ଧରିଛି ବଲାଙ୍ଗିର ସଦର ପୋଲିସ । ତେବେ ସୂଚନା ଆଧାରରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚୂଡାପାଲି ଗ୍ରାମ ଭିତରେ ଥିବା ଏକ ଘରେ ବହୁ ଦିନରୁ ଯୁଆଡ଼ିଙ୍କ ଆସର ଜମୁଥିବା ସୂଚନା ପାଇଥିଲା ପୋଲିସ । ତେବେ ସୂଚନା ପାଇ ଗତକାଲି ରାତିରେ ଅତର୍କିତ ଭାବରେ ଉକ୍ତ ଘରକୁ ଚଢାଉ କରିଥିଲା ସଦର ପୋଲିସ । ଫଳରେ ୧୨ ଜଣ ଯୁଆଡ଼ିଙ୍କୁ ଗିରଫ କରିବାରେ ସଦର ପୋଲିସ ସଫଳତା ପାଇଥିବା ଖବର ମିଳିଛି । ଅନ୍ୟପଟେ ତିନୋଟି ମଟର ସାଇକେଲ ଓ ନଗଦ ୩ ହଜାର ଟଙ୍କା ସେମାନଙ୍କଠୁ ଜବତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.