ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁରୋମୁଣ୍ଡା ସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ସଦସ୍ୟ ଓ ସଦସ୍ୟା ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଦ୍ୟାଦାତା ଶ୍ରୀ ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା, ଶିକ୍ଷକ ପଞ୍ଚାନନ ମାଝୀ, ସୁବଳ ଠାକୁର ଏବଂ ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ ଏହି ଦିବସର ମହତ୍ତ୍ଵ ଓ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ହିନ୍ଦୀ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି କାର୍ଯ୍ୟକ୍ରମକୁ ହିନ୍ଦୀ ଶିକ୍ଷକ ରାମକୁମାର ପଟେଲ ପରିଚାଳନା କରିଥିବା ବେଳେ ମାଗିଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ମୋନାଲିସା ଠାକୁର ଓ ନିବେଦିତା ପାଣିଗ୍ରାହୀ ତଥା ଶିକ୍ଷକ ଧର୍ମେନ୍ଦ୍ର କୁମାର ରାଉତ, ବଳଦେବ ସାହୁ, ବିଶ୍ଵଜିତ ସାହୁ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକକ ହିନ୍ଦୀ ଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.