csstore

ଶିକ୍ଷକଙ୍କ ଘରୁ ପଶି ୧୦ ଭରି ସୁନା ଓ ୩୦ ହଜାର ଟଙ୍କା ଚୋରି କରି ନେଲେ ଦୁବୃର୍ତ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ହନୁମାନ ମନ୍ଦିର ପଡ଼ାରେ ଶିକ୍ଷକଙ୍କ ଘରୁ ୧୦ ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଦୁବୃର୍ତ୍ତମାନେ ଚୋରି କରି ନେଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ, ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି । ଶିକ୍ଷକ ବୁଢ଼ୀପଦର ଗାଁର ସ୍କୁଲରେ ଶିକ୍ଷକ ଜଗତ କଅଁର ଚାକିରି କରୁଥିବା ବେଳେ ସ୍ତ୍ରୀ ବେଲପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁରେଖା ସୁନା ଏଏନ୍‌ଏମ୍‌ ଭାବେ ଚାକିରି କରୁଥିବା ବେଳେ ସେମାନେ ଘରକୁ ତାଲା ପକାଇ ଡ୍ୟୁଟି ପାଇଁ ଯାଇଥିବା ବେଳେ କେହି ଦୁବୃର୍ତ୍ତମାନେ ଘର ତାଲା ଭାଙ୍ଗି ଚୋରି କରି ନେଇଥିବା ସୂଚନା ମିଳିଛି । ପରେ ଘରକୁ ଆସିବା ବେଳେ ଏହି ଘଟଣା ଦେଖିବାକୁ ପାଇଥିଲେ । ପୁଅ ଝିଅମାନେ ବାହାରେ ରହି ଚାକିରି କରୁଛନ୍ତି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦିନକୁ ଦିନ ଅଞ୍ଚଳରେ ଚୋରି ଡକାୟତି ବଢୁଥିବା ବେଳେ ପୋଲିସ ଉପରେ ଲୋକେ ଭରସା କରୁନାହାନ୍ତି ।

jayashree
Leave A Reply

Your email address will not be published.