ଫଳ ଗୋଦାମର ଗେଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଫଳମୂଳ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲିର ପୂର୍ବ ବିଳମ୍ବିତ ରାତିରେ ବଲାଙ୍ଗିର ପୁରୁଣା ରାଜବାଟି ସ୍ଥିତ ଏକ ଫଳ ଗୋଦାମର ଗେଟ ଭାଙ୍ଗି କିଛି ଦୁର୍ବୃତ୍ତ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଫଳମୂଳ ଚୋରି କରି ନେଇଛନ୍ତି । ସବୁଦିନ ପରି ସେଦିନ ରାତି ୮ଟାରେ ଦୋକାନ ବନ୍ଦ କରିଥିଲେ ଗୋଦାମର ମାଲିକ ଶଶୀକାନ୍ତ ପାଣିଗ୍ରାହୀ । ଗତକାଲି ସକାଳେ ଗୋଦାମ ଖୋଲିବା ପାଇଁ ଗଲା ବେଳେ ଦୋକାନର ଗେଟ ଭଙ୍ଗା ଯାଇଥିବା ଦେଖିଥିଲେ ଶ୍ରୀ ପାଣିଗ୍ରାହୀ । ତା’ ପରେ ଗୋଦାମ ଭିତରକୁ ଯାଇ ଦେଖିଲା ବେଳକୁ ସେଠାରେ ଥିବା ଏକ ଏଲ୍‌ଇଡି ଟିଭି, ୧୭ ପେଟି ସେଓ, ତିନୋଟି ଗ୍ୟାସ୍ ସିଲିଣ୍ଡର ଓ ଗୋଦାମର ଟ୍ରେଜେରୀ ଭାଙ୍ଗି ୧୭ ହଜାର ଟଙ୍କାର ଦଶଟଙ୍କିଆ କଏନ୍ , ଶହେ ଓ ପାଂଚ ଶହ ଟଙ୍କିଆ ନୋଟ୍‌ ମିଶି ୧୫ହଜାର ଟଙ୍କା ଚୋରି ହୋଇଯାଇ ଥିବା ଦେଖିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ଦୋକାନର ମାଲିକ ଶ୍ରୀ ପାଣିଗ୍ରାହୀ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି ।

Leave A Reply

Your email address will not be published.