ଗାଈ ସହ ବାଡେଇ ହୋଇ ଜଣେ ବାଇକ୍‌ ଆରୋହୀ ଛାତ୍ର ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘସିଏନ୍‌ରେ ରାସ୍ତା ଉପରେ ଠିଆ ହୋଇଥିବା ଗାଈ ସହ ବାଡେ଼ଇ ହୋଇ ଜଣେ ବାଇକ୍‌ ଆରୋହୀ ଛାତ୍ର ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାଟଣାଗଡ଼ ନିକଟସ୍ଥ ଲରମ୍ଭା ଥାନା ଅନ୍ତର୍ଗତ ଦେଭୂଇଁ ଗାଁର +୨ ସାଇନ୍ସ ଛାତ୍ର ବିପିନ ଛତ୍ରିଆ(୧୬) ଘସିଏନ୍‌ କଲେଜ୍‌କୁ ଆଜି ପୂର୍ବାହ୍ନରେ ପାଠ ପଢ଼ିବା ପାଇଁ ବାଇକ୍‌ରେ ଆସୁଥିବା ବେଳେ ଘସିଏନ୍‌ରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଗାଈ ସହ ବାଡେ଼ଇ ହୋଇ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ଛାତ୍ର ଜଣକର ମୁହଁରେ ଓ ଛାତିରେ ଗଭୀର ଆଘାତ ଲାଗିଥିବା କୁହାଯାଇଛି । ତେବେ ଦୁର୍ଘଟଣା ପରେ ତାଙ୍କୁ ଘସିଆନ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ରେଫର୍‌ କରାଯାଇଥିଲା । ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌କୁ ପଠାଯାଇଛି । ଏବେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ବିପିନ୍‌ ଛତ୍ରିଆ ଚିକିତ୍ସାଧୀନ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.