csstore

ଇତିହାସ ସୃଷ୍ଟି କଲା ରାଧାକାନ୍ତ ବିଦ୍ୟାପୀଠ ଷ୍ଟେସନ ଡେଲାଙ୍ଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ବକ୍ସିଂ ଚାମ୍ପିଅନସିପ୍‌ରେ ସାତ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ସୁହାନି ବେହେରା, ଅଙ୍କିତା ବେହେରା, ସୋନାଲିକା ବରାଳ, ସ୍ମୃତିପ୍ରଜ୍ଞା ବାରିକ୍, ଗାୟତ୍ରୀ ପରିଡ଼ା, ମାଧବ ସ୍ୱାଇଁ, ରୁଦ୍ର ମହାରଣା । ସବୁଠୁ ମୁଖ୍ୟ ଆକର୍ଷଣ ଥିଲା ରୁଦ୍ର ମହାରଣାଙ୍କ କୌଶଳ ରୁଦ୍ରଙ୍କ ପଞ୍ଚ ମାଡ଼ରେ ବିପରୀତ ପ୍ରତିଯୋଗୀ ଧରାସହି ହୋଇଥିଲେ । ଦେଖଣାହାରୀଙ୍କ ପ୍ରଶଂସାରେ ରୁଦ୍ର ମହାରଣାଙ୍କୁ ଶକ୍ତି ଯୋଗାଉଥିଲା । ଏଥିପାଇଁ ଡେଲାଙ୍ଗ ବ୍ଲକ୍ ଶିକ୍ଷାଧିକାରୀ ବିନୋଦ ପାରମାନିକ୍, ଜିଲ୍ଲା ଶିକ୍ଷଧିକାରୀ ବିଶ୍ୱଜିତ୍ ଘୋଷ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ୱଳ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ ରୁଦ୍ରର ଉତ୍ତରୋତ୍ତର କାମନା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ । ତତ୍ ସହିତ ଡେଲାଙ୍ଗ ବ୍ଲକ୍ କ୍ରୀଡ଼ା ସମ୍ପାଦକ ସୂର୍ଯ୍ୟନାରାୟଣ ଜେନା ରୁଦ୍ରକୁ ରେଳ ଷ୍ଟେସନରୁ ପାଛୋଟି ନେଇଥିଲେ । ରାଧାକାନ୍ତ ବିଦ୍ୟାପୀଠ ଷ୍ଟେସନ ଡେଲାଙ୍ଗର କ୍ରୀଡ଼ା ଶିକ୍ଷକ ତଥା ପ୍ରସିକ୍ଷକ ନଟବର ସେଠୀ ରୁଦ୍ର ମହାରଣାଙ୍କ ସମସ୍ତ ପାଠପଢା ଦାୟିତ୍ଵ ବହନ କରିବେ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.