ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଚିହ୍ନଟିକରଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଫିସ ପରିସରରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କର ଚିହ୍ନଟିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବରଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ପାଇକମାଲ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ପାଇକମାଲ ବ୍ଲକରେ ଥିବା ଅନେକ ଭିନ୍ନକ୍ଷମ ବ୍ୟକ୍ତି ଉପସ୍ଥିତ ରହି ଉପକରଣ ପାଇବା ପାଇଁ ପଞ୍ଜିକରଣ କରୁଥିଲେ । ବିବ୍ୟାଙ୍ଗମାନେ ସରକାରୀ ଯୋଜନାରେ କିପରି ଭାବରେ ଉପକୃତ ହେବେ ପୁଣି ସରକାରୀ ସ୍ତରରେ ଅବହେଳିତ ହେଲେ କିପରି ଆଇନର ଆଶ୍ରୟ ନେବେ ତାହା ପୁଙ୍ଖାନୁପୁଙ୍ଖ ଭାବେ ଆଇନ ସହାୟତା ସ୍ୱେଚ୍ଛାସେବୀ ପ୍ରସନ୍ନ ମହାନନ୍ଦ ଓ ବିବ୍ୟାଙ୍ଗମାନଙ୍କର ସଭାପତି ଚନ୍ଦ୍ରମଣି ତାଣ୍ଡି ବକ୍ତବ୍ୟ ପ୍ରଦାନ କରି ବିଦ୍ୟାଙ୍ଗମାନଙ୍କୁ ସଚେତନ କରିଥିଲେ ।

Leave A Reply

Your email address will not be published.