csstore

ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସରେ ବଲାଙ୍ଗିର ଜିଲ୍ଲାର ସଫଳତା : ରେଡକ୍ରସ ମେଳା ପାଇଁ ଜାତୀୟ ସ୍ତରରେ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ନିଳାଚଳ ପଲିଟେକ୍‌ନିକ୍‌ଠାରେ ୫ ଦିନ ବ୍ୟାପି ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୨୫ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ଦଳଗତ ନୃତ୍ୟ, ସଂଗୀତ ଗାନ, ରେଡକ୍ରସ ମେଳା ପ୍ରଦର୍ଶନ, ଏକକ ବିଭାଗରେ ଭାଷଣ, ପ୍ରବନ୍ଧ ଲିଖନ, ବିସ୍ତୃତ ଭାଷଣ, କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ଧୃବଚରଣ ବେହେରା, ଅତିରିକ୍ତ ଶିକ୍ଷାଧିକାରୀ କେଶବ ମେହେର ଓ ଜୁନିୟର ରେଡକ୍ରସ ସଂପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଲଙ୍କ ତତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାରୁ ଆଦ୍ୟାସା ଅପୂର୍ବା ପାତ୍ର, ସୀମା ନାଏକ, ଚିନ୍ମୟ ମହାନନ୍ଦ, ପାୟଲ ମହାନନ୍ଦ, ବବିତା ପାତ୍ର, ନିହାରିକା ମାଝି, ଅର୍ପିତା କୁମ୍ଭାର, ଓମ୍‌କାର କୁମ୍ଭାର, ସୁବ୍ରତ ମହାପାତ୍ର, ଭାବ ସାଗର ସାହୁ ପ୍ରମୁଖ ୧୦ଜଣ ଜୁନିୟର ଅଂଶଗ୍ରହଣ କରିଥିଲେ । ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡକ୍ରସ ମେଳା ଓଡିଶାରେ ପ୍ରଥମ ହୋଇ ଜାତୀୟ ସ୍ତରକୁ ମନୋନୀତ ହୋଇଛି । ସେହିପରି ସଇଁନ୍ତଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଆଦିବାସୀ ଓ କଲ୍ୟାଣ ବିଭାଗ)ର ଛାତ୍ରୀମାନଙ୍କ ଦ୍ୱାରା ଦଳଗତ ସଂଗୀତଗାନ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । କାର୍ଯ୍ୟକ୍ରମରେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ଶାଖାର ସଂପାଦକ ବିଭୁତି ଭୂଷଣ ପଟ୍ଟନାୟକ (ଆଇଏଏସ୍‌)ଙ୍କ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ନନ୍ଦ, ପ୍ରକ୍ତାନ ଓଡିଶା ରାଜ୍ୟ ଶାଖା ରେଡକ୍ରସ ସଂପାଦକ ମେଜର ଡ. କଳ୍ପନା ଦାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଅଶୋକ କୁମାର ରଥ, ଯୁବ ରେଡକ୍ରସ ଅଫିସର ଡ. ରମେଶ ଚନ୍ଦ୍ର ବେହେରା, ଓଡିଶା ରାଜ୍ୟ ଜୁନିୟର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କଠାରୁ ବଲାଙ୍ଗିର ଜିଲ୍ଲା ଜୁନିୟରମାନଙ୍କୁ ପୁରସ୍କୃତ କରିଥିଲେ । ସଇଁନ୍ତଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର (ଆଦିବାସୀ ଓ କଲ୍ୟାଣ ବିଭାଗ) ଜୁନିୟର ରେଡକ୍ରସ କାଉନସିଲର ସୁଭାଷିନୀ ମିଶ୍ର, ଅନ୍ନପୂର୍ଣ୍ଣା ମାଝି, କୁଟୁମଡୋଳା ହାଇସ୍କୁଲର ଜୁନିୟର ରେଡକ୍ରସ କାଉନସିଲର ରବିନ୍ଦ୍ର ଠେଟୁଆଲ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ଜୁନିୟରମାନଙ୍କୁ ନେଇ ଦାୟିତ୍ୱ ନିର୍ବାହ କରିଥିଲେ ।

jayashree
Leave A Reply

Your email address will not be published.