centurian jitm

ୟୁଥ କ୍ଲବ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକର ୟୁଥ କ୍ଲବ ଗାଇସିଲାଟ ଆହ୍ୱାନରେ ୟୁଥ କ୍ଲବ ପରିସରରେ ଏକ ଜରୁରୀ କାଳୀନ ବୈଠକ ପୂର୍ବତନ ସଭାପତି ସୁନୀଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରୁ ଅଂଚଳର ଗର୍ବ ଗୌରବ ମଞ୍ଚ କଳାକାର ତଥା ଜଣେ ପରୋପକାରୀ ସ୍ୱର୍ଗତ ଆଦିତ୍ୟ କୁମାର ପଣ୍ଡାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟର ନୀରବ ପ୍ରାଥନା କରାଯାଇଥିଲା । ଆଜି ସ୍ୱାସ୍ଥ୍ୟ ସେବା କେଉଁଠି ପହଂଚି ସରିଛି ହେଲେ ଆଜି ବି ଗାଇସିଲାଟ ସିଏଚ୍‌ସିର ସେଇ ଅବସ୍ଥା । ଗାଇସିଲାଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ନାମକୁ ମାତ୍ର ସିଏଚ୍‌ସି ହେଲେ ସ୍ଥାୟୀ ଡାକ୍ତର ନାହାନ୍ତି ଯାହାକି ଅତି ଦୁଃଖର ବିଷୟ ଅଟେ ବୋଲି ମତ ପ୍ରକାଶ ପାଇଥିଲା । ସରକାର ଓ ପ୍ରଶାସନର ବୈମାତୃକ ମନୋଭାବ ଓ ଅଣଦେଖା କାରଣରୁ ଗାଇସିଲାଟ ଅଂଚଳର ସମସ୍ତ ସ୍ୱାସ୍ଥ୍ୟସେବା ପୁରା ଫେଲ୍‌ ମାରିଛି ବୋଲି କୁହାଯାଇଥିଲା । ଆହୁରି ମଧ୍ୟ କୁହାଯାଇଥିଲା ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବାହାବା ମାରୁଥିବା ମୁଖ୍ୟମନ୍ତ୍ରୀ ପୋଷ୍ୟ ନିର୍ବାଚନମଣ୍ଡଳୀର ଗାଇସିଲାଟ ସିଏଚ୍‌ସିର ମାନ୍ୟତା ପାଇଛି ହେଲେ ସିଏଚ୍‌ସିର କୌଣସି ସୁବିଧା ନାହିଁ । ଭିତ୍ତିଭୂମିର ବିକାଶ ହୋଇନାହିଁ । ଡାକ୍ତର ଅଭାବ, ମେଡ଼ିସିନ ଅଭାବ, ରକ୍ତ, କଫ କିଛି ବି ପରୀକ୍ଷା ହୋଇ ପାରୁନି, ଜନ୍ମ ମୃତ୍ୟୁ ପ୍ରମାଣ ମିଳିପାରୁ ନାହିଁ । ଚିକିତ୍ସା ଅଭାବରୁ ଅନେକ ଜୀବନ ମଧ୍ୟ ଚାଲି ଯାଉଛି । ଗାଇସିଲାଟ ସିଏଚ୍‌ସିକୁ ନିୟନ୍ତ୍ରତା ମୁକ୍ତ କରି ତୁରନ୍ତ ସିଏଚ୍‌ସିକୁ ସ୍ୱୟଂ ଶାସିତ ମାନ୍ୟତା ପ୍ରଦାନ କରିବା, ଗାଇସିଲାଟ ସିଏଚ୍‌ସିରେ ଆବଶ୍ୟକ ଡାକ୍ତର ପଦବୀ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପଦବୀ ପୂରଣ କରିବା, ଡାକ୍ତରମାନଙ୍କ ବାସଗୃହ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ତୁରନ୍ତ ମରାମତି କରିବା, ନୂତନ ସିଏଚ୍‌ସି ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ଥିବା ଗଛ କାଟିବା ପାଇଁ ଆବଶ୍ୟକ ଅର୍ଥ ବନ ବିଭାଗ ପାଖରେ ଜମାଦେବା ପାଇଁ ସିଡିଏମ୍‌ ବରଗଡଙ୍କୁ ବାରମ୍ବାର ନିବେଦନ କରିବା ସତ୍ବେ ମଧ୍ୟ ଏ ବିଷୟରେ କୌଣସି ପଦକ୍ଷେପ ନେଇ ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ଗାଇସିଲାଟ ସିଏଚ୍‌ସିର ରୋଗୀ କଲ୍ୟାଣ ସମିତି ପାଣ୍ଠିର କୌଣସି ସୁଫଳ ଅଞ୍ଚଳବାସୀ ପାଉ ନ ଥିବାରୁ ସେ ବିଷୟରେ ସ୍ପଷ୍ଟ କରିବା ସହିତ ତାର କିପରି ସଦୁପଯୋଗ ହୋଇ ପାରିବ ସେ ସମ୍ପର୍କରେ ସିଡିଏମ୍‌ ବରଗଡ଼ଙ୍କ ସହ ଯୋଗାଯୋଗ କରାଯିବାକୁ ନିଷ୍ପତ୍ତି ନିଆଗଲା । ଏକ ଶାନ୍ତି କମିଟି ଗଠନ କରାଯାଇ ଆଗାମୀ ଦିନରେ ସମସ୍ତେ ଏକଜୁଟ୍‌ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ ଲଢ଼ିବାକୁ ଆବାହକ ରଞ୍ଜନ କୁମାର ପଣ୍ଡା ଆହ୍ୱାନ କରିଥିଲେ । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଶରତ କାଲୋ, ପ୍ରବୀଣ କୁମାର ପାଣିଗ୍ରାହୀ, ସଂଜୀବ କୁମାର ପଣ୍ଡା, ସରୋଜ ଭୂଷଣ ସାହୁ, କରମ ସିଂ ସାହୁ, ରାଧାକାନ୍ତ ବୁଡେକ, ଡୋଲାମଣି ସାହୁ, ମନୋଜ ଦାଶ୍, ବୁଦ୍ଧଦେବ ପୁରୋହିତ, ଲୋକେଶ ପୁରୋହିତ, ଅମ୍ବିକା ତ୍ରିବେଦୀ, ଅମରେଶ ପୁରୋହିତ, ନିରୋଜ କୁମାର ପାଢୀ, ରବି ପଣ୍ଡା, ଜନକ କଲେତ, ଶାଶ୍ୱତ ଯୋଶୀ, ଘନ କଲେତ, ତ୍ରିବିକ୍ରମ ପୁରୋହିତ, ଗଜପତି ସାହୁ ପ୍ରମୁଖ ଓ ନାଗରିକ କମିଟି, ବଣିକ ସଂଘ, କୋସଲ ରାଏଜ ମୁକ୍ତି ମୋର୍ଚ୍ଚା, ଗାନ୍ଧୀ ନଗର କ୍ଲବର କର୍ମକର୍ତା ଓ ଅନେକ ସଂଗଠନ ସାମିଲ ହୋଇ ମତ ବ୍ୟକ୍ତ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.