jsm

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ‘ମୁଁ ବି ସେବା’ କାର୍ଯ୍ୟକ୍ରମ

csstore

ବଲାଙ୍ଗିର, କେପିଏନ୍‌ଏସ୍‌) : ଦିନକୁ ଦିନ ସମାଜରେ ମାନବିକତା ମରିବାକୁ ଲାଗିଲାଣି । ନିଜର ଆତ୍ମୀୟମାନେ ମଧ୍ୟ ପଚାରୁ ନାହାନ୍ତି । ବର୍ତ୍ତମାନ ସମୟରେ ବି ଜାତିପ୍ରଥା ଯୋଗୁଁ ଶବ ପଡିରହୁଛି । ଅସଆୟ ରୋଗୀ ନିରଶ ହୋଇ ଘରେ ପଡି ରହିଛନ୍ତି । ଏହି ସବୁ ସ୍ଥାନରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତାର ସାହାଯ୍ୟର ହାତ ବଢାଉଥିବା ବେଳେ ପାଂଚ ହଜାର ଯୁବ ପିଢିଙ୍କୁ ସାମାଜିକ କାର୍ଯ୍ୟରେ ଯୋଡିବା ପାଇଁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଆଉ ଗୋଟେ କାର୍ଯ୍ୟକ୍ରମ ‘ମୁଁ ବି ସେବା’ ନାମରେ ଆରମ୍ଭ କରିଛି ।

ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟୟରେ ଆଗଲପୁର ବ୍ଲକର ୨୦ଟି ପଚାଂୟତର ଯୁବପଢି ତଥା ବ୍ୟକ୍ତି ବିଶେଷଙ୍କୁ ଯୋଡା ଯାଇଛି । ତେବେ ଏହି କାର୍ଯ୍ୟକ୍ରମକୁ ବିଙ୍ଗହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର ଓ ସମ୍ପାଦକ ବିବେକା ନନ୍ଦ ପଟେଲ ପ୍ରତିଟି ପଚାଂୟତକୁ ଯାଇ ଲୋକଙ୍କୁ ପରୋପକାର ତଥା ମାନବିକତା ବିଷୟରେ ସଚେତନ କରାଇଥିଲେ । ଆଗଲପୁର ବ୍ଲକରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ନଅଗାଁ(କ)ରେ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମକରେ ପ୍ରାୟ ଏକ ହଜାର ଲୋକଙ୍କୁ ସାମାଜିକ କାର୍ଯ୍ୟ ପାଇଁ ଯୋଡାଯାଇଛି ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଥିବା ବେଳେ ବିଙ୍ଗ ହ୍ୟୁମାନ ଆଗଲପୁରର ସଭାପତି ପ୍ରେମାନନ୍ଦ ପଧାନ, ସମ୍ପାଦକ ସଂଯୋଗ ସାହୁ, ବୁଦ୍ଧଦେବ ସାହୁ, ନିତ୍ୟାନନ୍ଦ ସାହୁ ନେତୃତ୍ୱ ନେଇଥିଲେ ।

yuvodaya
Leave A Reply

Your email address will not be published.