ରେଲୱେ ପ୍ରୋଟେକ୍ସନ୍ ସ୍ପେସିଆଲ୍ ଫୋର୍ସ କୃପା ଷାଣ୍ଢଙ୍କ ଦିଲ୍ଲୀ ବେସରକାରୀ ଡ଼ାକ୍ତରଖାନାରେ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚଦ୍ରପୁର ଗାଁର କୃପା ଷାଣ୍ଢ (୩୨), ପିତା- ଭୀମ ଷାଣ୍ଢଙ୍କ ଗତ ଶୁକ୍ରବାର ଦିନ କ୍ୟାନସର‌ ରୋଗରେ ଦିଲ୍ଲୀର ଏକ ବେସରକାରୀ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ରେଲୱେ ପ୍ରୋଟେକ୍ସନ ସ୍ପେସିଆଲ ଫୋର୍ସରେ ୨୦୧୪ରେ ନିଯୁକ୍ତି ପାଇ ଝାରଖଣ୍ଡ ରାଜ୍ୟର ଧନବାଦରେ କାମ କରୁଥିବା ପରିବାର ପକ୍ଷରୁ ପ୍ରକାଶ । ମୃତ୍ୟୁ ସମୟରେ ପରିବାର ପକ୍ଷରୁ ତାଙ୍କ ଭାଇ ଓ ଶାଳକ ସେଠାରେ ଉପସ୍ଥିତ ଥିଲେ । ବର୍ତ୍ତମାନ ରାମଚନ୍ଦ୍ରପୁର ସ୍ଥିତ ବାସଭବନରେ ସ୍ତ୍ରୀ ଜାହ୍ନବୀ ଏବଂ ୧୦ବର୍ଷ ଓ ୫ବର୍ଷର ୨ଟି ଝିଅ ସହ ବାପା, ମାଁ ଅଛନ୍ତି । କୃପାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାମଚନ୍ଦ୍ରପୁର ସହ ଦେଓଗାଁ ବ୍ଲକ୍ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରିବାର ବର୍ଗଙ୍କୁ ସରକାର ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.