ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାସହୀନ ବ୍ୟକ୍ତିମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହୋଇ ପାରୁନାହାନ୍‌ନ୍ତି । ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାଡିହ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଅଛି ।

ପ୍ରକୃତରେ ଯେଉଁମାନେ ହିତାଧିକାରୀ ସେମାନେ ଗୃହ ନ ପାଇଁ ଯେଉଁମାନେ ଅଯୋଗ୍ୟ ସେ ମାନେ ପ୍ରଧାନମନ୍ତ୍ରୀ ଆବାସ ପାଇବାରେ ସକ୍ଷମ ହୋଇଛନ୍ତି । ଯେଉଁ ବ୍ୟକ୍ତିମାନେ ମୃତ୍ୟୁ ବରଣ କରିଛନ୍ତି, ସେମାନଙ୍କ ନାମରେ ମଧ୍ୟ ପ୍ରଧାନମନ୍ତ୍ରୀ ଘର ତାଲିକାରେ ଅଛି ବୋଲି ଅଭିଯୋଗ ହେଉଛି । ଗୃହ ନିର୍ମାଣ ସମ୍ପୁର୍ଣ୍ଣ ନ ହୋଇ ମଧ୍ୟ ଗୃହର ସମସ୍ତ ବିଲ ପାଉଛନ୍ତି ବୋଲି ଗ୍ରାମର ବିଶାଖା ସାହୁ, ଝସକେତନ ସାହୁ, ଯାଦବ ସାହୁ, ଦୁର୍ୟ୍ୟୋଧନସାହୁ, ନାରାୟଣ ସାହୁ, ଜୟଦେବ ସାହୁ, ଶକୁନ୍ତଲା ମର୍ହି, ଚକ୍ର ମର୍ହି ପ୍ରମୁଖ ପାଇକମାଲ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଉପରୋକ୍ତ ବ୍ୟକ୍ତିମାନେ ପ୍ରକୃତ ହିତାଧିକାରୀ ଅଟନ୍ତି ବୋଲି ଦାବି କରିଛନ୍ତି । ବାରମ୍ବାର ପ୍ରଶାସନ ନିକଟରେ ହାରୀ ଗୁହାରି କଲେ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି ।କେତେକ ବ୍ୟକ୍ତି ସଲାସୁତୁରା କରି ପ୍ରକୃତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି ପ୍ରଶାସନ ନିକଟରେ ।

Leave A Reply

Your email address will not be published.