ବିରେନ୍ଦ୍ର ହେଲେ ଓଡ଼ିଶା ଯୁବ କଂଗ୍ରେସ ଉପ ସଭାପତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ସମାଜସେବୀ ତଥା ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସର ପ୍ରବକ୍ତା ବିରେନ୍ଦ୍ର ବାଗଙ୍କୁ ଓଡ଼ିଶା ଯୁବ କଂଗ୍ରେସର ଉପସଭାପତି ଭାବେ ଚୟନ କରାଯାଇଛି । ଏଥିରେ ବିରେନ୍ଦ୍ର ବାଗ ଖୁସି ଜଣାଇବା ସହ କେବଳ ନିଜ ସହର ଟିଟିଲାଗଡର ନୁହେଁ ସାରା ରାଜ୍ୟର ଉନ୍ନତି ପାଇଁ ଓ ଗରିବ ସାଧାରଣ ନାଗରିକର ହକ ପାଇଁ ଲଢେ଼ଇ କରିବା ସହ ତାଙ୍କ ଉନ୍ନତି ପାଇଁ କାମ କରିବି ବୋଲି କହିଛନ୍ତି । ସେ କରୋନା ମହାମାରୀ ପରି ବିପରୀତ ପରିସ୍ଥିତିରେ ମଧ୍ୟ ଗାଁ ଗାଁ ଯାଇ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଗରିବ ଜନସାଧାରଣଙ୍କ ପ୍ରତି କରୁଥିବା ଅନ୍ୟାୟ ବିରୋଧରେ ଲଢ଼ିଥିଲେ । ତାଙ୍କ ସମାଜସେବା, ଗରିବ ଅସହାୟ ଦୁଃଖୀଙ୍କ ସେବା କରିବା ଯୋଗୁଁ ଆଜି ତାଙ୍କୁ ଓଡ଼ିଶାର ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ଦାୟିତ୍ୱ ଦିଆଯାଇଥିବା କୁହାଯାଇଛି ।

Leave A Reply

Your email address will not be published.

14 + nine =