csstore

ଉଚ୍ଚ ପ୍ରଶଂସା କଲେ ଢେଙ୍କାନାଳ ପ୍ରଶାସନ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳରେ ବିକାଶମୂଳକ ପ୍ରକଳ୍ପଗୁଡିକ ଆକର୍ଷଣୀୟ ହୋଇପାରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାକୁ ବିଭିନ୍ନ ଜିଲ୍ଲାରୁ ପ୍ରସାଶନିକ ଅଧିକାରୀମାନେ ଗ୍ରସ୍ଥ କରି ଅନୁଧ୍ୟାନ କରୁଥିବା ଲକ୍ଷ କରାଯାଉଛି । ଗୁରୁବାର ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ ଅଧିକାରୀ(ପିଡି) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ବିଭିନ୍ନ ବିକାଶମୂଳକ ମଡେଲଗୁଡିକ ଯଥା କଲ୍ୟାଣ ମଣ୍ଡପ, ଶିଶୁ ଉଦ୍ୟାନ, ଆଦର୍ଶ ପୁଷ୍କରିଣୀ, ଖୋଲା ଜିମ୍‌ ସେଣ୍ଟର, ସ୍ମାର୍ଟ ପାର୍କ ଓ ମନ୍ଦିରର ଆକର୍ଷଣୀୟ ସୁନ୍ଦର ପ୍ରକଳ୍ପଗୁଡିକର ନିର୍ମାଣ ଶୈଳୀ ଅନୁଧ୍ୟାନ କରି ଉଚ୍ଚ ପ୍ରଶଂସା କରିଥିଲେ । ଗଞ୍ଜାମ ବ୍ଲକ ବିଡ଼ିଓ ବିଶ୍ୱଜିତ ରାୟ, ଆସିଷ୍ଟାଣ୍ଡ ଇଞ୍ଜିନିୟର ବଂଶୀଧର ପରିଡା, ସ୍ଥାନୀୟ ସରପଞ୍ଚ ଦିଲିପ କୁମାର ଛୋଟରାୟ, ପରିଚାଳନା କମିଟି ଉପସଭାପତି ଶବର କୁମାର ତରାଇ ପ୍ରମୁଖଙ୍କ ସହ ପ୍ରକଳ୍ପଗୁଡିକ ସମ୍ଭନ୍ଧରେ ଆଲୋଚନା କରିଥିଲେ । ସେହିପରି ହୁମ୍ମା ପଞ୍ଚାୟତ କାର୍ଯ୍ୟାଳୟ, ଶତ୍ରୁସୋଲ କୁକୁଡ଼ା ଫର୍ମ, ପାଣିବନ୍ଧ ମିଶନ ଶକ୍ତି ଗୃହ, ଜିମ ସେଣ୍ଟର ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡିକ ଅନୁଧ୍ୟାନ କରିଥିଲେ । ମନ୍ଦିର ପରିଚାଳନା କମିଟିର ଉପସଭାପତି ଶବର କୁମାର ତରାଇଙ୍କ ସମେତ ସମ୍ପାଦକ ରଞ୍ଜିତ ପଲେଇ, ଶିକ୍ଷାବିତ୍‌ ସଞ୍ଜୟ କୁମାର ତରାଇ, ତ୍ରିଲୋଚନ ପ୍ରଧାନ, ରବି ପଳେଇ, ଶିବପ୍ରସାଦ ସ୍ୱାଇଁ, ଅଜୟ ପ୍ରଧାନ, ପଦ୍ମ ଚରଣ ପଲାଇ, କନିଷ୍ଟ ଯନ୍ତ୍ରୀ ପ୍ରଦୀପ କୁମାର ମଲିକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରୁ ଆସିଥିବା ୧୨ ଜଣ ବିଡ଼ିଓ ଏବଂ ୧୧ଇଞ୍ଜିନିୟରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.