pakka

ହୋଟେଲ ଭିତରେ ପଶିଗଲା କମଳା ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ହୋଟେଲ କର୍ମଚାରୀ

bbehera

ତେଲକୋଇ : ହୋଟେଲ ଭିତରେ ପଶିଗଲା କମଳା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଗଲେ ହୋଟେଲ କର୍ମଚାରୀ । ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକ ନିକଟରେ ଏଭଳି ଘଟଣା ଘଟିଛି । ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ରାୟପୁର ପଟୁ ଏକ କମଳା ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସୁଥିବା ବେଳେ ଜଗମୋହନପୁର ଛକରେ ଥିବା ଏକ ହୋଟେଲ ଭିତରେ ଭାରସାମ୍ୟ ହରାଇ ପଶିଯାଇଥିଲା । ତେବେ ହୋଟେଲରେ ଶୋଇଥିବା କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ଜାତୀୟ ରାଜପଥ ଜଗମୋହନପୁର ଛକଠାରେ ଏନଏଚଆଇ ପକ୍ଷରୁ ହମ୍ପସ୍ ତିଆରି କରାଯାଇଛି । ହେଲେ ରାସ୍ତାରେ ହମ୍ପସ୍ ଅଛି ବୋଲି କୌଣସି ସୂଚନା ଦିଆଯାଇ ନାହିଁ । ଯାହାଫଳରେ ଡ୍ରାଇଭର ଜାଣି ନପାରି ହମ୍ପସ୍ ଉପରେ ଗାଡିକୁ ଦ୍ରୁତଗତିରେ ଚଢ଼ାଇ ଦେବା ଯୋଗୁଁ ଟ୍ରକର ଆଗ ପଟ ଭାଙ୍ଗି ଯାଇ ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଯାଇଥିଲା ।

Leave A Reply

Your email address will not be published.

18 − 12 =