ls

ଦହମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠଙ୍କୁ କୋଭିଡ୍ ଟୀକାକରଣ

2020

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ଶନିବାର ବରିଷ୍ଠ ନାଗରିକ ମାନଙ୍କ ପାଇଁ କୋଭିଡ ଟୀକାଦାନ ଶୁଭାରମ୍ଭ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ଉକ୍ତ ଟୀକାଦାନକୁ ଶୁଭାରମ୍ଭ କରିଥିଲେ । ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କମଳାକାନ୍ତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମେ ବରିଷ୍ଠ ନାଗରିକ ମୁରଲୀମୋହନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ ହୋଇ ୨୨୭ ବରିଷ୍ଠ ନାଗରିକ ମାନଙ୍କୁ ମାଗଣା କୋଭିଡ ଟୀକା ଦିଆଯାଇଥିଲା । ମହିଳା ସ୍ୱାସ୍ଥ୍ୟକର୍ମୀ ଇତିଶ୍ରୀ କର, ରଶ୍ମିତା ଦାସ, ଗୀତାଞ୍ଜଳି ପାଳ, କୁନ୍ତଳା କୁମାରୀ ଲେଙ୍କା ବୟସ୍କ ବୃଦ୍ଧବୃଦ୍ଧା ମାନଙ୍କୁ ଟୀକା ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ଡାଟାଏଣ୍ଟ୍ରି ଅପେରେଟର ଦୀପଙ୍କର ଭଞ୍ଜ, ସତ୍ୟଜିତ ପାତ୍ର ସୁପର ଭାଇଜର ରଜନୀକାନ୍ତ ଦାସ ହିତାଧିକାରୀଙ୍କ ବୟସ ପ୍ରମାଣ ପତ୍ର ଯାଞ୍ଚ କରିବା ସହିତ ପଞ୍ଜିକରଣ କରି ଟୋକନ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଖରିଦପିପଳ ଗ୍ରାମପଞ୍ଚାୟତର ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ପଞ୍ଚାୟତ ବିଜୁଜନତା ଦଳର ସଭାପତି କେଶବ ଚନ୍ଦ୍ର ପାଳ, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ବେହେରା, ଫାର୍ମାଷିଷ୍ଟ ପ୍ରଣବ ପଣ୍ଡା, ଆଇଟି କୋଡିନେଟର ଦେବବ୍ରତ ମହାନ୍ତି, ଆଶା କର୍ମୀ ସଂଧ୍ୟାରାଣୀ ଜେନା, ସମାଜସେବୀ ରଚନା ଦାସ, ଆଶୁତୋଷ ମହାନ୍ତି, ଅମୂଲ୍ୟ ପାଳ, ବସନ୍ତ ଦାସ, ମଦନ ଧଳ, ଶମ୍ଭୁନାଥ ରଣା, ଅସିତ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.