ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭା କକ୍ଷଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ବିଶ୍ୱରଞ୍ଜନ ପତିଙ୍କ ସଭାପତିତ୍ୱରେ ଆୟୋଜିତ ଜିଲ୍ଲା ସ୍ତରୀୟ ସଭାରେ ଡା ପ୍ରଦୀପ କୁମାର ଗୁରୁ(ଡିଏମ୍‌ଓ-ଏମ୍‌ଏସ୍‌ ତଥା ସୁପରିଟେଣ୍ଡେଣ୍ଟ), ଡା ରମେଶ ଚନ୍ଦ୍ର ସ୍ୱାଇଁ, ଡିପିଏଚ୍‌ଓ, ଡା ପଦ୍ମହଂସା ଦୋରା, ଏଡିପିଏଚ୍‌ଓ (ଯକ୍ଷ୍ମା /କୁଷ୍ଠ ), ଡା. ମାନସ ରଞ୍ଜନ ଦଣ୍ଡପାଟ (ବରିଷ୍ଠ ପରାମର୍ଶଦାତା -ସ୍ତ୍ରୀ ଓ ପ୍ରସୂତି), ବିଶ୍ୱମ୍ବର ବେହେରା (ଡିପିଏମ୍‌) ପ୍ରମୁଖ ମଞ୍ଚାସୀନ ରହି ସଭାରେ ସମ୍ବୋଧିତ କରିଥିଲେ । ଡା. ତ୍ରିବିକ୍ରମ ପାଣ୍ଡିଆ (ମେଡିକାଲ ଅଫିସର ମାନସିକ ସ୍ୱାସ୍ଥ୍ୟ), ଡା ସତ୍ୟନାରାୟଣ ପଣ୍ଡା (ଦନ୍ତ ରୋଗ ବିଶେଷଜ୍ଞ) ଡା. ମାଝୀ (ଏପିଡେମିଓଲୋଜିଷ୍ଟ), ରାମଧାରୀ ହୋତା (ଜିଲ୍ଲା କାର୍ୟ୍ୟକ୍ରମ ଅଧିକାରୀ), ସ୍ୱଚ୍ଛ ଭାରତ ସଂଗଠନ (ସୋନପୁର ଓ ମନମୁଣ୍ଡା)ର ବରିଷ୍ଟ ସଭ୍ୟ ଶ୍ରୀ ରଥ ଓ ଗ୍ରାମୀଣ ସଂମୃଦ୍ଧି ଗବେଷଣା ପ୍ରତିଷ୍ଠାନ, ସ୍ୱେଛାସେବୀ ସୁଦାମ ଗାଇଗରିଆ ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରିଥିଲେ । ଏତଦ୍‌ ସଂଗେ ସଂଗେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତଥା ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ପ୍ରୋଗ୍ରାମ ମ୍ୟାନେଜର, ଆକାଉଣ୍ଟସ୍‌ ମ୍ୟାନେଜର ଓ କର୍ମକତ୍ତା ସମେତ ଜିଲ୍ଲା ଆରକ୍ଷୀ ବିଭାଗ, ଅବକାରୀ ବିଭାଗ ଓ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସମେତ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଛାତ୍ର ଛାତ୍ରୀ ଓ ବିୱାଇଏସ୍‌ଏଡି/ଗ୍ରାମୀଣ ସମୃଦ୍ଧି ଗବେଷଣା ପ୍ରତିଷ୍ଠାନ, ସ୍ବେଛାସେବୀ ଓ ସ୍ୱଚ୍ଛ ଭାରତ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ । ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ପୂର୍ବରୁ ଜିଲ୍ଲାର ଏନ୍‌ଏସ୍‌ଏସ୍‌, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସଚେତନତା ରାଲି, ତର୍କ ପ୍ରତିଯୋଗୀତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ତର୍କ ପ୍ରତିଯୋଗିତାରେ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ସଭାରେ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା କାର୍ଯ୍ୟକୁ ଅକ୍ରୁର କୁମାର ହୋତା ପରିଚାଳନା କରିଥିବା ବେଳେ ଗୀତାଞ୍ଜଳି ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × five =