om academy

ଆତ୍ମନିର୍ଭରଶୀଳ ତାଲିମ ଶିବିର

jsm

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ଶୁକ୍ରବାର ଦିନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତୁରେକେଲା ବ୍ଲକରେ ଆତ୍ମନିର୍ଭରଶୀଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରୀ ପୋଲିଟେକ୍ନିକ୍ ବଲାଙ୍ଗିର ମାଧ୍ୟମରେ ଡିପ୍ଲୋମା ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଯୁବପିଢିମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସମ୍ପର୍କରେ ଉପସ୍ଥିତ ବିଧାୟକ ସନ୍ତୋଷ ସିଂ ସାଲୁଜା, ଚେୟାରମେନ୍ ଅନ୍ନୁ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଏବଂ ଜିଲ୍ଲା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା, ପିବିଏମ୍ ନୀଳମାଧବ ସାହୁ, ଦକ୍ଷତା ବିକାଶ ସହାୟକ ବିଚିତ୍ର ମୁଦୁଲି ଏବଂ ପିଆଇଏ ଗ୍ରାମ ତରଙ୍ଗ ଚେରିଟେବୁଲ୍ ଟ୍ରଷ୍ଟ, ଭୁବନେଶ୍ବର, ସରକାରୀ ପୋଲିଟେକ୍ନିକ୍ ବଲାଙ୍ଗିର, ଲାଇଫ୍ ଲାଇନ୍‌ ହେଲ୍‌ଥ କେୟାର୍ ସର୍ଭିସ୍, ଭୁବନେଶ୍ବର, ବଲରାମ ପଣ୍ଡା ଟ୍ରଷ୍ଟ, ଭୁବନେଶ୍ୱର, ସିମ୍ଏଓ ଇଣ୍ଡିଆ ପିଭିଟି.ଏଲ୍‌ଟିଡି, ଭୁବନେଶ୍ବର ଉପସ୍ଥିତ ଥିବା ବେଳେ ଜିଲ୍ଲା ନିୟୋଜନ ଅଧିକାରୀ ଇଞ୍ଜିନିୟରିଂରେ ଡିପ୍ଲୋମା ଶିକ୍ଷା ଦେଉଥିବା ୩୪ ଗୋଟି ପଲିଟେକନିକ୍ ମଧ୍ୟରୁ ସରକାରୀ ପଲିଟେକନିକ୍ ବଲାଙ୍ଗିର ଅନ୍ୟତମ ବୋଲି କହିଥିଲେ । ଏହି ପଲିଟେକନିକ୍‌ରେ ନିମ୍ନ ପ୍ରଦତ୍ତ ଚାରୋଟି ଇଞ୍ଜିନିୟରିଂ ବିଭାଗରେ ତିନି ବର୍ଷିଆ ଓ ଦୁଇ ବର୍ଷିଆ ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ଓ କମ୍ ଖର୍ଚ୍ଚରେ ଉନ୍ନତ ମାନର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଡିପ୍ଲୋମା ଶିକ୍ଷା କରିପାରିବେ । ଛାତ୍ରଛାତ୍ରୀ ରହିବାକୁ ଆବାସର ସୁବିଧା, ମାଗଣାରେ ଲାଇବ୍ରେରୀ ଶିକ୍ଷା, ଉନ୍ନତ ମାନର ଆଧୁନିକ ଯନ୍ତ୍ରପାତି ବିଶିଷ୍ଟ କର୍ମଶାଳା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ବୃତ୍ତି/ଷ୍ଟାଇଫେଣ୍ଡର ସୁବିଧା (ମେଧାବୃତ୍ତି ଓ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ବାର୍ଷିକ ୫୦,୦୦୦/ପର୍ଯ୍ୟନ୍ତ ଷ୍ଟାଇଫେଣ୍ଡର ସୁବିଧା, ଶିଳ୍ପ ଭିତ୍ତିକ ଶୃଙ୍ଖଳିତ ଚରିତ୍ର ଗଠନର ବାତାବରଣ, ଯୋଗ୍ୟତା ସମ୍ପନ୍ନ ଅଭିଜ୍ଞ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ଦ୍ଵାରା ନିୟମିତ ଉନ୍ନତ ମାନର ଶିକ୍ଷା, ମାସିକ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ଏବଂ ଜିଲ୍ଲା ରାଜ୍ୟ ଦେଶ ଓ ବିଦେଶସ୍ତରୀୟ ଦକ୍ଷାତା ପ୍ରତିଯୋଗିତା, ଶିକ୍ଷାନୁଷ୍ଠାନ ମାନଙ୍କ ସହ ସହଭାଗିତା ନିମନ୍ତେ ଚୁକ୍ତି ପତ୍ର, ରାଜ୍ୟ ସ୍ତରୀୟ ପଲିଟେକନିକ୍ ପ୍ରତିଯୋଗିତା, ସରକାରୀ ପଲିଟେକନିକ୍ ବଲାଙ୍ଗିରରୁ ପାସ୍ ପରେ ସୁବିଧା ଡିପ୍ଲୋମା ପରେ ଲାଟେରାଲ୍ ଡିଗ୍ରି ଇଞ୍ଜିନିୟରିଂ ବା ବିଏସ୍‌ସି (ତିନି ବର୍ଷରେ ବିଟେକ୍ ସମ୍ପୂର୍ଣ୍ଣ) ଶିଳ୍ପାନୁଷ୍ଠାନ ଓ ଆତ୍ମନିଯୁକ୍ତି ପାଇଁ ରାଜ୍ୟ ଶିଳ୍ପ ବିଭାଗ (ଡିଆଇସି) ଓ ବେଙ୍କ୍ ଗୁଡ଼ିକରୁ କୋହଳ ଋଣ ବ୍ୟବସ୍ଥା ଏବଂ କେନ୍ଦ୍ରୀୟ ନିଯୁକ୍ତି କକ୍ଷ ମାଧ୍ୟମରେ ନିଯୁକ୍ତିର ସୁବିଧା ଓ ସରକାରୀ ବିଭାଗ/ଉଦ୍ୟୋଗ ମାନଙ୍କରେ ସହକାରୀ ଯନ୍ତ୍ରୀ ଭାବରେ ନିଯୁକ୍ତିର ସୁଯୋଗ ଦିଆଯିବା ବିଷୟରେ ବୁଝାଇ କହିଥିଲେ । ବ୍ଲକ ଅଞ୍ଚଳରୁ ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 − four =