pakka

ଛତ୍ରପୁର ମହୋତ୍ସବରେ ଓଲିଉଡ଼ ତାରକା ଦୀପ୍ତିରେଖା ପାଢ଼ୀ, ଆଶୁତୋଷ ମହାନ୍ତିଙ୍କ ଗୀତରେ ଦର୍ଶକ ଝୁମିଲେ ଓ ନାଚିଲେ

bbehera

• ଅବ୍ୟବସ୍ଥା ନେଇ ସାମ୍ବାଦିକମାନେ ଅତିଷ୍ଠ : ସ୍ଥାନ ବର୍ଜ୍ଜନ ଭଳି ଅଭାବନୀୟ ଘଟଣା ଏବେ ଆଲୋଡିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥନୈତିକର ବିକାଶ ଓ ପ୍ରସାର ନିମନ୍ତେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଷ୍ଟଲରେ ନୟାଗଡ଼ର ଛେନାପୋଢ଼, ଗଞ୍ଜାମର ଆଚାର, ପାମ୍ପଡ଼, ବଢି, ମୋଡ଼ିକି, ବିଭିନ୍ନ କାରୁ, ଚାରୁକଳା ହସ୍ତଶିଳ୍ପୀଙ୍କ ପସରା ମେଳିଛି । ଆଜି ଦ୍ୱିତୀୟ ଦିନର ସନ୍ଧ୍ୟାରେ ୫୦ ହଜାରରୁ ଅଧିକ ଜନସମାଗମ ହେବାର ଆଶା ରହିଛି । କିନ୍ତୁ ଷ୍ଟାଡିୟମରେ ଆବଶ୍ୟକ ମୁତାବକ ବନ୍ଦୋବସ୍ତ ହୋଇନଥିବା ହେତୁ ଜନଅସନ୍ତୋଷ ଦେଖାଦେଇଛି । ଡାହାଣ ପାର୍ଶ୍ୱରେ ବ୍ୟବସ୍ଥିତ ପ୍ରେସ ଗ୍ୟାଲେରୀ ମଧ୍ୟକୁ ପାଣି ସେବା ନଥିବା ସାଂଗକୁ ଓଡିନାରୀ ପ୍ଲାଷ୍ଟିକ ଚେୟାର ପଡିଛି, ତା’ମଧ୍ୟକୁ ଅସାମାଜିକ ଲୋକେ ଧସିପଶି ଘୋର ବିଶୃଙ୍ଖଳା କରିବା ଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଅତିଥି/ ଭିଆଇପି ଗ୍ୟାଲେରୀ ମଧ୍ୟରେ ଚା, ସ୍ନାକ୍ସଁ, ପାଣି ପିଇ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଅତିଥି ବନ୍ଧୁମାନେ ମସ୍‌ଗୁଲ ମନାଉଛନ୍ତି । ଅତିଥି/ ଭିଆଇପି ଗ୍ୟାଲେରୀ ମଧ୍ୟରେ ବାହାନାମାରି କୌଣସି ପରିଚୟ ନଥାଇ ବେକାରିୟା ଲୋକେ ତହିଁରେ ସ୍ଥାନପାଇ ମଧ୍ୟ ଏହି ସୁବିଧା ହାସଲ କରୁଥିବା ବେଳେ ସାମ୍ବାଦିକ ପରିଚୟ ଦେଇ ଯାଇଥିବା ପ୍ରେସ-ବନ୍ଧୁ ମାନଙ୍କୁ ଧସି- ତଡା ଖାଇବାକୁ ପଡିଛି । ସାମ୍ବାଦିକମାନେ ଏଥିରେ ଅତିଷ୍ଠ ହୋଇ ଗତକାଲି ଉକ୍ତ ସ୍ଥାନ ବର୍ଜ୍ଜନ କରିଥିବା ଭଳି ଅଭାବନୀୟ ଘଟଣା ଗଞ୍ଜାମରେ ଏକ ସ୍ବଭାବିକ ବିଷୟ ଅଟେ । ତେବେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରର ମେନ୍‌ ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ପଲ୍ଲୀଶ୍ରୀ ମେଳା ପରିସର ମଧ୍ୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଧୁମଧାମରେ ଦୁଲକୀ-ଉଠିଛି । କଳାକାରମାନଙ୍କ ନୃତ୍ୟ ସଙ୍ଗୀତରେ ଦର୍ଶକ ବିମୋହିତ ହୋଇଛନ୍ତି । ଆଞ୍ଚଳିକ କଳା ସଂଗଠନର କଳାକାର ମାନେ ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଓଲିଉଡ ସଙ୍ଗୀତ ତାରକା ଦୀପ୍ତିରେଖା ପାଢ଼ୀ, ଆଶୁତୋଷ ମହାନ୍ତି, ସତ୍ୟଜିତ ପ୍ରଧାନଙ୍କ ସଙ୍ଗୀତରେ ଦର୍ଶକ ମହଲକୁ ମନ୍ତ୍ର ମୁଗ୍ଧ ଆଣିଦେଇଛି । କୋରନାର ଲକ୍-ଡାଉନ ଯୋଗୁ ଗଞ୍ଜାମ ଜିଲ୍ଲାରେ ସାଂସ୍କୃତିକ ସମାରୋହ ବନ୍ଦଥିଲା । ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତଘଟିଛି, ଲୋକେ ପୁନଃବାର ମହଲ କାର୍ୟ୍ୟକ୍ରମ ଦେଖିବାର ସୁଯୋଗ ପାଇଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମର ଉଦ୍‌ଘାଟନୀ ଦିବସରେ ଓଲିଉଡ଼ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ସଙ୍ଗୀତ ତାଳରେ ନୃତ୍ୟ ପ୍ରଦର୍ଶନ ଦେଖି ଦର୍ଶକ ମହଲରେ ଉତ୍କଣ୍ଠା ବଢିଯାଇଥିଲା । ଦୀପ୍ତିଙ୍କ ସଙ୍ଗୀତରେ ଦର୍ଶକ ଝୁମିଲେ ଓ ନାଚିଲେ । ଗଞ୍ଜାମ ଜିଲ୍ଲା ତଥା ଆନ୍ତଃ-ଜିଲ୍ଲାର ଓରମାସ ଏବଂ ମିଶନଶକ୍ତି ଅଧୀନରେ ବହୁ ଏସ୍‌ଏଚଜି ମହିଳା ଗ୍ରୁପଙ୍କ ପ୍ରଦର୍ଶନୀ ଷ୍ଟଲରେ ଆୟୋଜିତ ବିଭିନ୍ନ ରୁଚିର ଜିନିଷ କିଣାବିକାର ପସରା ଲୋକଙ୍କୁ ଆକର୍ଷିତ କରିଛି । ପ୍ରବଳ ଥଣ୍ଡାଶୀତ ଲହରୀ ଲାଗି ରହିଥିଲେ ମଧ୍ୟ, ପ୍ରଥମ ଦିବସରେ ପ୍ରାୟ ୩୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିବାର ଆକଳନ କରାଯାଇଛି ।

jay balangir
Leave A Reply

Your email address will not be published.

15 + five =

error: Content is protected !!