ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ପୋଲିସ ଦ୍ୱାରା ସଂଗୃହୀତ ନିର୍ଦ୍ଧିଷ୍ଟ ସୂଚନାକୁ ଆଧାର କରି ପୋଲିସ ଏବଂ ସିଆରପିଏଫର ମିଳିତ ଏକ ଟିମ୍ ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ କର୍ଡ଼ନ୍-ଆଣ୍ଡ-ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ । ତେବେ ଆତଙ୍କବାଦୀଙ୍କୁ କର୍ଡ଼ନ କରାଯାଉଥିବାରୁ ସେମାନେ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀ ମଧ୍ୟ ପାଲଟାଗୁଳିନା ଚାଳନା କରିଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ନିହତ ହୋଇଥିବା ଆତଙ୍କବାଦୀ ଜଣେ ବିଦେଶୀ ବୋଲି ଜଣାପଡ଼ିଛି । ତାଙ୍କର ପ୍ରକୃତ ପରିଚୟ ଜାଣିବାକୁ ଉଦ୍ୟମ କରାଯାଉଥିବା ବେଳେ ସର୍ଚ୍ଚ ଅପରେସନ ଏବେବି ଚାଲିଛି ।

Leave A Reply

Your email address will not be published.

13 − five =