pakka

ଭଙ୍ଗା କୁଡ଼ିଆରେ ବାସ କରୁଛନ୍ତି ବିଧବା ଯଶୋବନ୍ତି ଦାସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ବେପରୁଆ ମନୋଭାବ ତଥା ସେବା ମନୋଭାବର ଘୋର ଅଭାବ ଯୋଗୁଁ ଆଜିବି ଅନେକ ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାମାନଙ୍କର ଲାଭ ଉଠେଇ ପାରୁନାହାନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ । ଆଗଲପୁର ଡୁଡୁକା ବ୍ଲକ ଅନ୍ତର୍ଗତ ବାଇଗଣଖାରି ଗ୍ରାମର ଯଶୋବନ୍ତି ଦାସ ଜଣେ ବିଧବା ମହିଳା, ତାଙ୍କର ଦେଖାଶୁଣା କରିବା ପାଇଁ ମଧ୍ୟ କେହି ନାହାନ୍ତି । ବର୍ତ୍ତମାନ ସେ ଏକ ଭଙ୍ଗା କୁଡ଼ିଆରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି । ପକ୍କା ଘରଖଣ୍ଡେ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅନେକ ସରକାରୀ କର୍ମଚାରୀଙ୍କଠାରେ ଶରଣ ପଶିଛନ୍ତି କିନ୍ତୁ କେହି ମଧ୍ୟ ତାଙ୍କୁ ସହାନୁଭୂତି ପ୍ରଦର୍ଶନ କରିନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀମାନେ ଘର ପାଇଥିଲେ ସୁଦ୍ଧା ଏଭଳି ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିବା ସରକାରୀ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ବିଧବା ମହିଳାଙ୍କ ନିମନ୍ତେ ଏକ ପକ୍କାଗୃହର ବ୍ୟବସ୍ଥା କରିବା ନିମନ୍ତେ ବିଜେପୁର ଅଞ୍ଚଳର ଜଣେ ଉଦ୍ୟମୀ ଯୁବକ ଆକାଶ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଛି ମାସ ତଳେ ଅଭିଯୋଗ କରିଛନ୍ତି କିନ୍ତୁ ଆଗଲପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ତୁରନ୍ତ ଉକ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

5 × five =