csstore

ଗଞ୍ଜାମ ଜିଲ୍ଲାରେ ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ କରାଯାଉଛି “ପ୍ରଶାସନ ଗାଁ- କି- ଓରେ – ୨୦୨୫” ପାଳନ ଅବସରରେ ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକ ଉନ୍ନୟନ ଅଧିକାରୀମାନେ ନିଜ ନିଜ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟର ସଫଳ କାହାଣୀ ଜିଲ୍ଲା ପ୍ରଶାସନକୁ ପ୍ରେରଣ କରିବାକୁ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ସମସ୍ତ ସରକାରୀ ଅଫିସରମାନଙ୍କୁ ନେଇ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ମଧ୍ୟାହ୍ନ ଘ.୧୨-୩୦ ମି. ସମୟରେ ଏକ ଆଭାସୀ ବୈଠକ ମାଧ୍ୟମରେ ଗୁଡ୍ ଗଭର୍ଣ୍ଣାନ୍ସ, ବ୍ଲକ୍ ତଥା ତହସିଲ ଗୁଡିକରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଆଜି ନିଜ ନିଜ ଅଞ୍ଚଳର ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କ ସହ ଅପରାହ୍ନ ସମୟରେ ଆଭାସୀ ମାଧ୍ୟମରେ ବୈଠକ କରିଥିଲେ । ଉକ୍ତ ସୁଶାସନ ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ପ୍ରାଥମିକତା ଭିତ୍ତିରେ ତ୍ଵରିତ ତଥା ଗୁଣାତ୍ମକ ସମାଧାନ ନିମନ୍ତେ ଶ୍ରୀ ପୃଷ୍ଟି ଗୁରୁତ୍ଵାରୋପ କରିଥିଲେ । ଏଥି ସହିତ ଜିଲ୍ଲାର ସମସ୍ତ ତହସିଲ ଏବଂ ପଞ୍ଚାୟତ ସମିତି ସ୍ତରରେ ସୁଶାସନ ଦିବସର ବାର୍ତ୍ତା ପହଞ୍ଚାଇବା ପାଇଁ ଜିଲ୍ଲା ସ୍ତରୀୟ ଉଚ୍ଚାଧିକାରୀ ତଥା କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

jayashree
Leave A Reply

Your email address will not be published.