pakka

ନେତାଜୀ ଆଜାଦ ହିନ୍ଦ୍ କ୍ଲବ୍ ପକ୍ଷରୁ ଜଳସେବା କେନ୍ଦ୍ର ସ୍ଥାପିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦିନକୁ ଦିନ ଭୁବନେଶ୍ୱରରେ ତାପମାତ୍ରା ବଢ଼ି ଚାଲିଥିବାରୁ ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ୟୁନିଟ୍ ୯ ସ୍ଥିତ ଆଇଡିବିଆଇ ବ୍ୟାଙ୍କ୍ ନିକଟରେ ନେତାଜୀ ଆଜାଦ ହିନ୍ଦ୍ କ୍ଲବ୍ ପକ୍ଷରୁ ଏକ ଜଳସେବା କେନ୍ଦ୍ର ସ୍ଥାପନ କରାଯାଇଛି । ଜୟ ଓଡ଼ିଶା ଏହି ମହତ୍ କାର୍ଯ୍ୟରେ ବିହିତ ସହଯୋଗ କରିଥିବା ବେଳେ ଏହି ଜଳଛତ୍ରର ଶୁଭାରମ୍ଭରେ ଟ୍ରାଫିକ ଏସିପି ସ୍ଵସ୍ତିକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ୱାର୍ଡ ନଂ ୩୫ର ପୂର୍ବତନ କର୍ପୋରେଟର ଦେବାଶିଷ ସିଟ୍ ଓ ଡ. ସତ୍ୟଜିତ ଯୋଗ ଦେଇଥିଲେ । ନେତାଜୀ ଆଜାଦ ହିନ୍ଦ୍ କ୍ଲବ୍‌ର ସଞ୍ଜୟ ମିସଲ, ଗୋପୀନାଥ ଦାସ, ବଳରାମ ଦାସ, ଲୋକନାଥ ଦାସ ଓ ଅନେକ ଯୁବବର୍ଗ ଏହି ଜଳସେବା କେନ୍ଦ୍ରର ପରିଚାଳନାରେ ସାମିଲ ହୋଇଥିଲେ । ନେତାଜୀ ଆଜାଦ ହିନ୍ଦ୍ କ୍ଲବ୍‌ର ସଦସ୍ୟମାନେ ସବୁ ସମୟରେ ସମାଜସେବା କାର୍ଯ୍ୟରେ ସକ୍ରିୟ ରହୁଥିବାରୁ ତାଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଶ୍ରୀ ଦେବାଶିଷ ସିଟ୍ ।

ଆଇଡିବିଆଇ ବ୍ୟାଙ୍କ ନିକଟସ୍ଥ ସ୍ଥାନଗୁଡିକ ସବୁ ସମୟରେ ଜନ ଗହଳିପୂର୍ଣ୍ଣ ରହୁଥିବାରୁ ଏହି ଜଳସେବା କେନ୍ଦ୍ରଟି ନିଶ୍ଚିତ ଭାବେ ହଜାର ହଜାର ଲୋକଙ୍କ ତୃଷ୍ଣା ମେଣ୍ଟାଇବାରେ ସହାୟକ ହେବ ବୋଲି ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ।

jay balangir
Leave A Reply

Your email address will not be published.

fifteen − 6 =