pakka

ଉପଖଣ୍ଡସ୍ତରୀୟ ପାଟଣାଗଡ଼ ଗଣ୍ଡାବଜା ମହୋତ୍ସବ- ୨୦୨୩ ଅନୁଷ୍ଠିତ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ମୁହୁରୀ କଳା ପରିଷଦ କୁତମୁଣ୍ଡା ତରଫରୁ ଗତକାଲି ଉପଖଣ୍ଡସ୍ତରୀୟ ଗଣ୍ଡାବଜା ମହୋତ୍ସବ ୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତେଜରାଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମନୋଜ ବାଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅର୍ଜୁନ ସାହୁ । ମୁଖ୍ୟ ଅତିଥି ଭାବେ ଗଦାଧର ନିଆଲ (ଓଏସ ରେଲୱେ ସମ୍ବଲପୁର) ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀକାନ୍ତ ମିଶ୍ର ସମ୍ବାଦିକ ପାଟଣାଗଡ଼ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଡିଙ୍ଗର କୁମ୍ଭାର, ଜନସନ ନାଗ, ନେପାଳ ବାଗ, ରମେଶ ଗୁର୍ଲା, ଦିଲୀପ ଭୋଇ ପ୍ରମୁଖ ଯୋଗ ଦେଇ ଗଣ୍ଡାବଜା ଉପରେ ନିଜ ନିଜ ମତ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ହିରାଧର କୁମ୍ଭାର ଗଣ୍ଡାବଜା ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁହୁରୀ କଳା ପରିଷଦର ସମ୍ପାଦକ ଭେଲାରାମ କୁମ୍ଭାର(ହିମାଂଶୁ) ଗଣ୍ଡାବଜା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ । ପରିଶେଷରେ ଅନୁଷ୍ଠାନର ଉପସଭାପତି ମୁରଲୀ ଶିକା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଷୁଧାଂଶୁ ଶେଖର କୁମ୍ଭାର, ପ୍ରଶାନ୍ତ, ପ୍ରହଳାଦ, ଭଜରାଜ, ଅକ୍ଷୟ, ନରେଶ, ସ୍ୱାଧୀନ, ବିକାଶ ଏବଂ ବିଶେଷ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ କୁତମୁଣ୍ଡା ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.

sixteen + 7 =