pakka

କୃଷକ ସଙ୍ଗଠନର ଅକ୍ଷୟ ତୃତୀୟା ଓ ଅଖିମୁଠି କାର୍ଯ୍ୟକ୍ରମ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ ବ୍ଲକ ଓ ମଳମୁଣ୍ଡା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୃଷିଭିତ୍ତିକ ଗଣ ପର୍ବ ଅକ୍ଷୟ ତୃତୀୟା ଉତ୍ସବ ଉତ୍ସାହ ଉଦ୍ଦୀପନା ସହ ଧୁମ୍‌ଧାମ୍‌ରେ ଗାଇସିଲାଟ ବ୍ଲକ ମଳମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁସାରେ ଗାଁର ସମସ୍ତଙ୍କ ଘରେ ଝୋଟି ପକାଇ କଳସ ଥାପି ସ୍ୱାଗତ କରିଥିଲେ । ଶଗଡ଼ ଗାଡ଼ିରେ ହଲ ଫାନ୍ଦି ହଳିଆ ଗୀତ ଗାଇ ଗାଁ ପରିକ୍ରମା କରି ଚାଷ ଜମିକୁ ଯାଇ ପୂଜା କରାଯାଇଥିଲା । ତା’ପରେ ହଳିଆମାନେ ହଲ କରିଥିଲେ ଓ ସମସ୍ତ ଅତିଥି ଧାନ ବୁଣି ଚାଷ କାମର ଶୁଭ ଅନୁକୂଳ କରି ଚାଷୀମାନଙ୍କ ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରିଥିଲେ ।

ଚନ୍ଦନ ଯାତ୍ରାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପଣ୍ଡିତ ମନୋଜ ମହାପାତ୍ରଙ୍କ ପୌରାହିତ୍ୟରେ ଏକ ଶୁଭ ସ୍ତମ୍ବ ସ୍ଥାପନ କରାଯାଇଥିଲା । ତା’ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା, ଚାଷୀ ନେତା ରମେଶ ମହାପାତ୍ର, ଆଇନ ପରାମର୍ଶଦାତା ଅଜିତ ଶତପଥୀ, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ନୀଳମଣି ବରିହା, ସଭାପତି ଅରବିନ୍ଦ ପଣ୍ଡା, ସମାଜସେବୀ ରଞ୍ଜନ କୁମାର ପଣ୍ଡା, କୃଷି ଅଧିକାରିଣୀ ମଧୁସ୍ମିତା ମିଶ୍ର, ଜାମୁଟପାଲି ସମିତି ସଭ୍ୟ ସରୋଜ ଶ୍ରୀଭୁସଣ ସାହୁ, ଗନିଆପାଲି ସରପଞ୍ଚ ପୁଷ୍ପାଞ୍ଜଳି ବେହେରା, କନ୍ଦାଗାଡ଼ ସମିତି ସଭ୍ୟ ସରୋଜିନୀ ପଧାନ, ଉଦ୍ୟାନ ବିଭାଗର ପ୍ରିୟଙ୍କା ପ୍ରିୟଦର୍ଶନୀ, ଦେବଦତ୍ତ କ୍ଲବ୍‌ର ସମ୍ପାଦକ ରୁଦ୍ରଧର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ସରୋଜ ସାହୁ ମଞ୍ଚ ପରିଚାଳନା କରି ସଭା କାର୍ଯ୍ୟ ତୁଲାଇ ଥିଲେ । ସନ୍ତୋଷ ପଣ୍ଡା, ଧାର୍ମିକ ସାହୁ, ସଦାନନ୍ଦ ସାହୁ, ଅଧିକାର ଏନଜିଓର ସମ୍ପାଦକ ଡୋଲାମଣି ସାହୁ, କୋଷାଧ୍ୟକ୍ଷ ତୁଳସୀ ରାମ ସେଠ, କ୍ଷମାସାଗର ବରିହା, ପଙ୍କଜ ସାହୁ, ସୁଦାମ ସାହୁ, ଜନକ ସାହୁ, ସମ୍ପାଦକ ଗଜପତି ସାହୁ, କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ପଧାନ, ସୁଜିତ ପାତ୍ର ଓ ସମସ୍ତ କର୍ମକର୍ତ୍ତା ତଥା ଶତାଧିକ ଚାଷୀ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

17 − five =