ଝରନିପାଲି ପଂଚାୟତରେ ୨୦୨୦ ମସିହାର କୃଷି ବୀମା ଟଙ୍କା ପାଇବାରୁ ବଂଚିତ ଥିବା ନେଇ ଅନେକ ଚାଷୀମାନଙ୍କ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣିପାଲି ପଂଚାୟତରେ କୃଷି ବୀମା ଟଙ୍କା ପାଇବାରେ ବଂଚିତ ଶହ ଶହ ଚାଷୀ । ଏହିଭଳି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଝରଣିପାଲି ଗ୍ରାମର ଚାଷୀମାନେ । ଅଭିଯୋଗ ଅନୁସାରେ ୨୦୨୦ ମସିହାରେ ଚାଷୀମାନେ ପ୍ରିମିୟମ ଟଙ୍କା ଭରସୂଜା ସେବା ସମବାୟ ସମିତିରେ ଜମା କରିଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇନାହିଁ, ଫଳରେ ବୀମା ଟଙ୍କା ପାଇପାରି ନଥିଲେ । ଏଦିଗରେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଚାଷୀମାନେ ଦାବୀ କରିଛନ୍ତି । ଚାଷୀମାନଙ୍କ କହିବା ଅନୁସାରେ ଆଜିଯାଏଁ ତାଙ୍କ ଦେଇଥିବା ପ୍ରିମିୟମ ଟଙ୍କା ଫେରସ୍ତ ହୋଇନାହିଁ । ଉକ୍ତ ବିଷୟରେ କୋ-ଅପରେଟିଭ ବ୍ୟାଙ୍କ ମ୍ୟାନେଜର ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି ଓ ତାଙ୍କ ପ୍ରିମିୟମ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ସେହି ସମୟରେ ଯେଉଁ ସଂପାଦକ ଥିଲେ ତାଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଥିଲା । ସେଥିପାଇଁ ଚାଷୀମାନେ ବୀମା ଟଙ୍କା ପାଇବାରେ ବଂଚିତ ହୋଇଛନ୍ତି । ଏଦିଗରେ ବିଭାଗୀୟ ଅଧିକାରୀ ହସ୍ତକ୍ଷେପ କରି ଚାଷୀଙ୍କର ବୀମା ଟଙ୍କା ଯୋଗାଇଦେବାକୁ ଦାବୀ କରିଛନ୍ତି । ଚାଷୀମାନଙ୍କୁ ତାଙ୍କ ହକ୍‌ରୁ ବଂଚିତ କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

18 + 7 =